ଫୁଲବାଣୀ: କନ୍ଧମାଳ ଜ଼ିଲ୍ଲାରେ ଅନେକ ଛୋଟ ବଡ ଶୈବପୀଠ ରହିଛି, ତନ୍ମଧ୍ୟରୁ ଦାରିଙ୍ଗବାଡି ସୋନପୁରରେ ରହିଥିବା ସର୍ବ ପୁରାତନ ଶୈବପୀଠ ଅନ୍ୟତମ l ଲୋକକଥା ଓ କିମ୍ବଦନ୍ତୀ ଅନୁଯାୟୀ 1400 ସାଲରେ ଆଦିବାସୀ ମାନେ ଜମିରେ ହଳ କରୁଥିବା ବେଳେ ଲଙ୍ଗଳ ମୁନରେ ଲାଗିଥିଲା ବାବା ପଞ୍ଚାନନଙ୍କ ଲିଙ୍ଗ l ଏହା ପରେ ଦଣ୍ଡସେନା ଓ ବେହେର୍ଦାଲାଈ ବଂଶ ଧରଙ୍କୁ ସ୍ବପ୍ନl ଦେଶ ପରେ ଲିଙ୍ଗ ଠାବ କରାଯାଇଥିଲା ଓ ଏଠାରେ ଏକ ଭବ୍ୟ ଶିବ ମନ୍ଦିର ନିର୍ମାଣ କରାଯାଇଥିଲା l
ପ୍ରତ୍ୟେକ ବର୍ଷ ଶ୍ରାବଣ ମାସରେ କାଉଡିଆ, ମାନଙ୍କ ପ୍ରବଳ ଭିଡ ହେଉଥିବା ବେଳେ କାର୍ତିକ ଓ ମାଘମାସ ରେ ମାନସିକ ଧାରି ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି l
କୁହାଯାଏ ବାବା ପଂଚାନନଙ୍କ ମହିମା ଅପାର, ଏଣୁ ବହୁ ମାନସିକଧାରୀ ବାବାଙ୍କୁ ଦର୍ଶନ କରିବାକୁ ମନ୍ଦିରକୁ ଆସନ୍ତି l ବାବା ମଧ୍ୟ ଭକ୍ତଙ୍କ ମନବାଞ୍ଛା ପୂରଣ କରନ୍ତି l ବାବାଙ୍କ ମହିମା ଚାରିଆଡେ ବିଖ୍ୟାତ ରହିଛି l ଜ଼ିଲ୍ଲା ସମେତ ଜ଼ିଲ୍ଲାବାହାରୁ ଭକ୍ତଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ l ମହା ଶିବରାତ୍ରରେ ମନ୍ଦିରରେ ଜାଗର ଯାତ୍ରା ଅନୁଷ୍ଠିତ ହୁଏ l ଦୂରାସାଧ୍ୟ ରୋଗ ବ୍ୟାଧି ହୋଇଥିବା ରୋଗୀ ବାବାଙ୍କ ଶରଣl ପନ୍ନ ହେଲେ ରୋଗୀ ଆରୋଗ୍ୟ ହୁଏ, ସେହିପରି ଅପୁତ୍ରିକ ପୁତ୍ର ଲାଭ କରେବୋଲି ବିଶ୍ୱାସ ରହିଛି l ସୋନପୁର ଗାଁ ଟି ଉପାନ୍ତ ଅଞ୍ଚଳରେ ହୋଇଥିବାରୁ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଛିl
ଭିତ୍ତି ଭୂମିର ବିକାଶ ହୋଇନାହିଁ l ରାଜ୍ୟ ପର୍ଯ୍ୟଟନ ବିଭାଗ ଦୃଷ୍ଟିଦେଲେ ପର୍ଯଟନ ଶିଳ୍ପର ବିକାଶ ହେବା ସହିତ ମନ୍ଦିରର ଉନ୍ନତି ହେବ ବୋଲି ଗାଁ ର ବରିଷ୍ଠ ନାଗରିକ ତ୍ରିନାଥ ବଡାୟକ ମନ୍ଦିର ପୂଜକ କାର୍ତିକ ପୂଜାରୀ ପ୍ରମୁଖ ମତ ବ୍ୟକ୍ତ କରିଛନ୍ତି ଲ
କନ୍ଧମାଳର ଅବହେଳିତ ପୁରାତନ ଶୈବପୀଠ ବାବା ପଞ୍ଚାନନ
Share with
previous post