Home Breaking News ଅଗ୍ନିକାଣ୍ଡରେ ଜଳିଗଲା…

ଅଗ୍ନିକାଣ୍ଡରେ ଜଳିଗଲା…

by Times One Odia
Share with
     
 
 
   

ଶେରଗଡ଼ ବ୍ଲକ ଅନ୍ତର୍ଗତ କେ କରଡାକଣା ଗ୍ରାମ ପଂଚାୟତ ଅନ୍ତର୍ଗତ ଲାଓଗୁଡା ଗ୍ରାମରେ ଶୁକ୍ରବାର ଦିନ ଏକ ଭୟବୟ ଅଗ୍ନିକାଣ୍ଡ ଘଟି ଯାଇଛି |ଏହି ଅଗ୍ନିକାଣ୍ଡ ଏତେ ଭୟା ଭୟ ଥିଲା ଯେ ଗ୍ରାମ ର ଏଗାର ଘର, ଛଅ ଗୁହାଳ ସମେତ ନବେ ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି |ଶୁକ୍ରବାର ସକାଳ ଦଶ ଘଣ୍ଟ ସମୟରେ ଅଚାନକ ଏକ ପାଳଗଦା ହାତତ ନିଆଁ ଲାଗିଯାଇଥିଲା | ହଟାତ ନିଆଁ ଗୋଟିଏ ପରେ ଗୋଟିଏ ଘରକୁ ବ୍ୟାପିଯାଇଥିଲା |ଯୁବାସେବୀ ଅରୁଣ ପ୍ରଧାନ ଏବଂ ଟୁନା ଚୋୖଧିରି ସଂଗେ ସଂଗେ ଦମକଳ କୁ ସୂଚନା ଦେଇଥିଲେ |ଶେରଗଡ଼ ଦମକଳ ବାହିନୀ ଘଟଣା ସ୍ଥଳ ରେ ପହଂଚି ନିଆଁ କୁ ଆୟତ ପାଇଁ ଚେଷ୍ଟା କରିଥିଲା |ପୁଣି ଆସିକା ଦମକଳ ଆସିବାରୁ ଉଭୟ ନିଆଁ କୁ ଆୟତ କରିଥିଲେ |ଗ୍ରାମର ବିପ୍ର ଗୌଡ଼, ହିନ ଗୌଡ଼, ନିତ୍ୟାନନ୍ଦ ଗୌଡ଼, ସୁଦର୍ଶନ ଗୌଡ଼, ରବୀନ୍ଦ୍ର ଗୌଡ଼, ଜାଗିଲି ଗୌଡ଼, କୈଳାଶ ଗୌଡ଼, ଚି଼ଞ୍ଚେଇ, ଗୌଡ଼, କବିତା ଗୌଡ଼, ଟୁନା ଗୌଡ଼, ପାଣ୍ଡବ ଗୌଡ଼, ରାଜୁ ଗୌଡ଼, ବିଷ୍ଣୁ ଗୌଡ଼,, ଲଡୁ ଗୌଡ଼ ଙ୍କ ଘର ଜଳିଯାଇଥିଲା ଖବର ପାଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗ, ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ମୁଖମନ୍ତ୍ରୀ ଙ୍କପ୍ରତିନିଧି ଶରତ ମହାପାତ୍ର, ବିଡ଼ିଓ ସୁରଞ୍ଜନ ସାହୁ, ଅତିରିକ୍ତ ତହସିଲଦାର ଅକ୍ଷୟ ମଳିକ ଲାଓଗୁଡା ପହଂଚି ଥିଲେ |କ୍ଷତିଗ୍ରସ୍ତ ଙ୍କୁ ରେଡକ୍ରସ ପାଣ୍ଠି ରୁ ଦଶ ହଜାର ଟଙ୍କା ଓ ପାଲ ସହଯୋଗ କରିଥିଲେ

related posts

Leave a Comment