Home Breaking News ମଣ୍ଡିରେ ଧାନ କିଣାରେ ଅବ୍ୟବସ୍ଥା, ଧାନ ବସ୍ତା ରଖି ଚାଷୀଙ୍କ ରାଜରାସ୍ତା ଅବରୋଧ

ମଣ୍ଡିରେ ଧାନ କିଣାରେ ଅବ୍ୟବସ୍ଥା, ଧାନ ବସ୍ତା ରଖି ଚାଷୀଙ୍କ ରାଜରାସ୍ତା ଅବରୋଧ

by Times One Odia
Share with
     
 
 
   

ଵ୍ରହ୍ମପୁର(ପ୍ରଦ୍ୟୁମ୍ନ ପାତ୍ର):ଗଂଜାମ ଜିଲ୍ଲା ଆସିକା ତହସିଲ, ଅଧିନ କେନ୍ଦୁପଦର ଗ୍ରାମ ଛକରେ ଵ୍ରହ୍ମପୁର-ଫୁଲବାଣୀ ମୁଖ୍ୟରାସ୍ତା ଅବରୋଧ କଲେ ଚାଷୀ।ଦୀର୍ଘଦିନ ହେଲା ଚାଷୀ ଟୋକେନ୍ ପାଇଥିଲେ ମଧ୍ୟ ସମୟ ଅବଧି ମଧ୍ୟରେ ମଣ୍ଡି ଧାନ ନେଉ ନଥିବା ଅଭିଯୋଗ କରି ମୁଖ୍ୟ ରାସ୍ତାରେ ଧାନ ବସ୍ତା ରଖି ସକାଳ 10 ଘଣ୍ଟ ଠାରୁ ଅପରାହ୍ନ 4 ଘଣ୍ଟ ପଯ୍ୟନ୍ତ ରାସ୍ତା ଅବରୋଧ କରିବା ଫଳରେ ଉଭୟ ପାର୍ଷ୍ୟରେ ସହ ସହ ଜାନ ବାହାନ ଅଟକି ରହିଥିଲା ।ଅନେକ ଚାଷୀଙ୍କ ଧାନ ଏବେବି ଖଳାରେ ଗଦା ହୋଇ ରହିଛି ଖଳାରେ ଚାଷୀଙ୍କ ଧାନ ନଷ୍ଟ ହୋଇ ଯାଇଛି।ସ୍ଥାନୀୟ ପ୍ରଶାସନ କୁ ବାରମ୍ବାର ଜଣାଇବା ପରେ ମଣ୍ଡି ସମସ୍ୟାର ସମାଧାନ ର ବାଟ ବାହାରି ପାରିନଥିଲା। ବାଧ୍ୟ ହୋଇ ଆଜି ଶତାଧିକ ଚାଷୀ ରାସ୍ତା ରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଥିବା ରମେଶ ଚନ୍ଦ୍ର ପରିଡା, ଲାଷ୍ମୀ କାନ୍ତ ମିଶ୍ର, କୁଶ ନାଥ ବିଶ୍ୱାଳ, ପ୍ରଶାନ୍ତ କୁମାର ପଣ୍ଡା, ବଳରାମ ମହାନ୍ତି, ବିପିନ ବିହାରୀ ପଣ୍ଡା, ଶତ୍ରୁଘ୍ନ ବେହେରା ଓ ରମେଶ ସ୍ୱାଇଁ ପ୍ରମୁଖ ଚାଷୀ ମାନେ ଅଭିଯୋଗ କରିଥିଲେ । ଘଟଣା ସ୍ଥଳରେ ଗାଙ୍ଗପୁର ଥାନାଧିକାରୀ ଧୀରେଶ କୁମାର ଦାଶ, ଆସିକା ତହସିଲଦାର ସଦାନନ୍ଦ ସେଠି, ଆସିକା ବିଡ଼ିଓ ରୋଷନ ଶତପଥି, ଭଞ୍ଜନଗର ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଘଟଣା ସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିବା ପରେ ଦୀର୍ଘ 7 ଘଣ୍ଟା ପରେ ରାସ୍ତା ରୋକ ହଟିଥିଲା । ଦୀର୍ଘ ସମୟ ରାସ୍ତାରୋକ ଯୋଗୁଁ ବହୁ ଯାତ୍ରୀ ଅସୁବିଧାର ସମ୍ମୁଖିନ ହୋଇଥିବା ଦେଖିବାକୁ ମିଳିଥିଲା ।କିଛି ଜାନ ବାହାନ ଅନ୍ୟ ରାସ୍ତା ଦେଇ ଯାତାୟାତ କରୁଥିବା ଲକ୍ଷ କରାଯାଇଥିଲା ।

related posts

Leave a Comment