ବୁଗୁଡ଼ା(ଅଭିମନ୍ୟୁ ମିଶ୍ର): ଗ୍ରୀଷ୍ମ ଋତୁ ପ୍ରବେଶ କରୁ କରୁ ପାନୀୟ ଜଳର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲାନି l ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅଧିନସ୍ଥ କରଚୁଲି ଗ୍ରାମ ପଞ୍ଚାୟତ ହଟିଗଣ୍ଡ ଗ୍ରାମରେ l ସୂଚନା ଯୋଗ୍ୟ ଯେ ଏହି ଗ୍ରାମରେ ପ୍ରାୟ 20 ରୁ ଉର୍ଦ୍ଧ ଆଦିବାସୀ ହରିଜନ ପରିବାର ଦୀର୍ଘ 25ବର୍ଷ ହେବ ବସ ବାସ କରିଆସୁଥିଲେ ମଧ୍ୟ ଏଠାରେ ପିଇବା ପାଣି ପାଇଁ ଲୋକେ ବାଘୁଆ ଘାଇ ଉପରେ ନିର୍ଭର କରିଥାନ୍ତି l ପାଖରେ ଗୋଟିଏ ନଳକୂପ ଖୋଳା ଯାଇଥିଲେ ମଧ୍ୟ ସେଠାରୁ ପର୍ଯ୍ୟାପ୍ତ ପରିମାଣର ପାଣି ନ ବାହାରୁଥିବା ଗ୍ରାମବାସି ମାନେ ଅଭିଯୋଗ କରିଛନ୍ତି l ତେଣୁ ଗ୍ରାମ ଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ବାଘୁଆ ଘାଈରୁ ଯାଇ ପାଣି ଆଣିଥାନ୍ତି l ତେବେ କେବଳ ଏତିକି ନୁହେଁ ଏଠି ବାସ କରୁଥିବା ସମସ୍ତ ଗ୍ରାମ ବାସି ମାନେ ଚାଳ ଛପର ଘର କରି ରହିଥିଲେ ମଧ୍ୟ ସରକାର ଆବାସ ଯୋଜନା ରୁ ଅନେକ ଲୋକ ବଂଚିତ ଥିବା ଦେଖିବାକୁ ମିଳିଛି l ତେବେ ଗ୍ରୀଷ୍ମ ଋତୁ ରେ ଅଧିକକାଣ୍ଡ ହେଉଥିବା ବେଳେ ଚାଳ ଛପର ଘରେ ରହୁଥିବା ଲୋକ ମାନେ ଭୟଭୀତ ହେଉଥିବା ମଧ୍ୟ ଦେଖିବାକୁ କହିବାକୁ ମିଳିଛି l
ପାଣି ଟୋପାଏ ପାଇଁ ଡହଳ ବିକଳ ଆଦିବାସୀ
Share with
previous post