Home Breaking News ମଣ୍ଡିରେ ଧାନ ଉଠୁନଥିବାରୁ ରାଜରାସ୍ତା ଅବରୋଧ

ମଣ୍ଡିରେ ଧାନ ଉଠୁନଥିବାରୁ ରାଜରାସ୍ତା ଅବରୋଧ

by Times One Odia
Share with
     
 
 
   

ଭଞ୍ଜନଗର(ଅଭିମନ୍ୟୁ ମିଶ୍ର): ଗଂଜାମ ଜିଲ୍ଲା ଆସିକା ତହସିଲ ଅଧିନ କେନ୍ଦୁପଦର ଗ୍ରାମ ଛକରେ ଆସିକା-ଭଞ୍ଜନଗର ମୁଖ୍ୟରାସ୍ତା ଅବରୋଧ କଲେ ଚାଷୀ।ଦୀର୍ଘଦିନ ହେଲା ଚାଷୀ ଟୋକେନ୍ ପାଇ ବା ପରେ ବି ମଣ୍ଡିରେ ଧାନ ଉଠୁ ନଥିବା ଅଭିଯୋଗ ହୋଇଛି ଅନେକ ଚାଷୀଙ୍କ ଧାନ ଏବେବି ଖଳାରେ ଗଦା ହୋଇ ରହିଛି ଖଳାରେ ଚାଷୀଙ୍କ ଧାନ ନଷ୍ଟ ହୋଇ ଯାଇଛି।ସ୍ଥାନୀୟ ପ୍ରଶାସନ କୁ ବାରମ୍ବାର ଜଣାଇବା ପରେ ମଣ୍ଡି ସମସ୍ୟାର ସମାଧାନ ର ବାଟ ବାହାରି ପାରିନଥିଲା।ବାଧ୍ୟ ହୋଇ ଆଜି ଶତାଧିକ ଚାଷୀ ରାସ୍ତା ରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି।ଯାହା ଦ୍ୱାରା ରାସ୍ତାରେ ଦୀର୍ଘ ସମୟ ଧରି ଗାଡି ମଟର ଅଟକି ରହିଛି।ଘଟଣା ସ୍ଥଳରେ ଗାଙ୍ଗପୁର ପୋଲିସ,ଆସିକା ତହସିଲଦାର ଓ ଆସିକା BDO ପହଂଚି ଉତ୍ୟକ୍ତ ଚାଷୀଙ୍କୁ ବୁଝା ସୁଝା କରୁଛି।ହେଲେ ମଧ୍ୟ ଦୀର୍ଘ 5 ଘଣ୍ଟା ବିତି ଯାଇଥିଲେ ମଧ୍ୟ ଚାଷି ମାନେ ରାସ୍ତା ରୋକ ରୁ ହତିନାହାନ୍ତି ବର୍ତ୍ତମାନ ସୁଦ୍ଧା ରାସ୍ତାର ରୋକ କରାଇଯାଇଛି।ତେଣୁ ରାସ୍ତାର ଉଭୟ ପାଶ୍ବରେ ଶତାଧିକ ଯାନ ବହନ ଅଟକି ରହିଛି।ସେମାନଙ୍କ ଦାବି ରହିଛି ଯେତେବେଳେ ପଯ୍ୟନ୍ତ ଉପଜିଲ୍ଲା ପାଳ କିମ୍ବା ଜିଲ୍ଲା ପାଳ ଙ୍କ ଠାରୁ କୌଣସି ସ୍ଥାୟୀ ପ୍ରତିଶ୍ରୁତି ମିଳିନି ରାସ୍ତା ଅବରୋଧ ଘଟିବ ନାହିଁ।

related posts

Leave a Comment