Home Breaking News ବାର୍ଦ୍ଧକ୍ୟ ଭତ୍ତା କରି ଦିଅ ବାବୁ

ବାର୍ଦ୍ଧକ୍ୟ ଭତ୍ତା କରି ଦିଅ ବାବୁ

by Times One Odia
Share with
     
 
 
   

ନବରଙ୍ଗପୁର(ରବି ନାରାୟଣ ମହାନ୍ତି): ଗରିବ, ଅସହାୟ ଲୋକଙ୍କୁ ସମାଜରେ ବଞ୍ଚିବା ପାଇଁ ସରକାର ଅନେକ ଯୋଜନା କରିଛନ୍ତି ,ସେଥିମଧ୍ୟରୁ ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ଅନ୍ୟତମ | କିନ୍ତୁ ପ୍ରକୃତ ହିତାଧିକାରୀ ଙ୍କୁ ମିଳୁନାହିଁ ଭତ୍ତା। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଚାଟିଗୁଡା ପଞ୍ଚାୟତ ସଦର ଗ୍ରାମ 6 ନମ୍ବର ୱାର୍ଡ ରେ ବାସ କରୁଥିବା ବାଲଚନ୍ଦ ବିନ୍ଧାଣି ସ୍ତ୍ରୀ କମଳା ବିନ୍ଧାଣି | ସମୟ ଥିଲା ଅନେକ କଷ୍ଟ କାମ ମଧ୍ୟ ସହଜେ କରୁଥିଲେ, କିନ୍ତୁ ସମୟାନୁସାରେ ଏବେ ଶରୀର ରେ ଜୁ ନାହିଁ ଚାଲିବାକୁ ବଳ ପାଉନି, ଆଖିକୁ ଭଲ ଦିଶୁନାହିଁ | କିନ୍ତୁ ବିଡମ୍ବନା ର ବିଷୟ ଏମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନାହିଁ | ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚାଟିଗୁଡା ସଦର ଗ୍ରାମ 6 ନମ୍ବର ୱାର୍ଡ ରେ ବାସ କରନ୍ତି ବାଲଚନ୍ଦ ବିନ୍ଧାଣି ସ୍ତ୍ରୀ କମଳା ବିନ୍ଧାଣି ଝିଅ ଡାଳିମ୍ବ ବିନ୍ଧାଣି(25) ନାତି ମହେଶ୍ୱର ବିନ୍ଧାଣି(13 )ଏବଂ ନାତୁଣୀ ପାର୍ବତୀ ବିନ୍ଧାଣି( 5 )|ଆଜକୁ ପାଞ୍ଚ ବର୍ଷ ପୂର୍ବେ ଝିଅ କୁ ଛାଡି ଜ୍ୱାଇଁ ଅନ୍ୟତ୍ର ଚାଲିଗଲା | ସେବେଠୁ ଝିଅ ଏବଂ ନାତି ନାତୁଣୀ ଙ୍କ ବୋଝ ମୁଣ୍ଡେଇ ହେଲା | ଏହି ପାଞ୍ଚ ପ୍ରାଣୀଙ୍କ ତେଲ ଲୁଣ ସଂସାର ରେ ଗୋଟିଏ ଅନ୍ତର୍ଦ୍ୱୟ ଚାଉଳ କାର୍ଡ ଦେଇ ପ୍ରଶାସନ କାମ ସାରି ଦେଇଛି | ଏଥିରେ ମାସ ଯାକ ଚଳିବା କଷ୍ଟ | ନିଜର ଜମି ବାଡ଼ି କିଛି ନାହିଁ | ସ୍ତ୍ରୀ କମଳା ଆଖିକୁ ଭଲ ଦିଶୁନାହିଁ, ଚାଲିବାକୁ ବଳ ପାଉନାହିଁ ଘରେ ଶୋଇ ରହି ମରଣ ବେଳାକୁ ଅପେକ୍ଷା କରିଛି | ଏପରିସ୍ଥିତି ରେ ପେଟ ଚାଖଣ୍ଡକ ପାଇଁ ଝିଅ ଡାଳିମ୍ବ ଏବଂ ନାତି ମହେଶ୍ୱର ଗାଁ ର କିଛି ଘର ଗାଈ ଜଗିବା ଆରମ୍ଭ କଲେ |ଦୁଇ ଓଳି ଭାଣ୍ଡି ଭାତ(ଗାଈ ଗୋରୁ ଜଗୁ ଥିବା ଲୋକଙ୍କ ଠାରୁ ଆଣୁ ଥିବା ଭାତ) ଆଣି ସମସ୍ତେ ଚଳନ୍ତି | ପଞ୍ଚାୟତ କାର୍ଯ୍ୟାଳୟ ପଛରେ ଗାଈ ଗୋଠ ରଖନ୍ତି, କିନ୍ତୁ କୌଣସି ସରକାରୀ ବାବୁ କି ୱାର୍ଡ ମେମ୍ବର କିମ୍ବା ସରପଞ୍ଚ ଙ୍କ ଦୃଷ୍ଟି ଏମାନଙ୍କ ଉପରେ ପଡିବା ପରିତାପର ବିଷୟ | ଯୋଜନାକୁ ନିଜ ମନ ମୁତାବକ ବ୍ୟବହାର କରିଛନ୍ତି କିଛି ନ୍ୟସ୍ତସ୍ୱାର୍ଥ ଲୋକେ | ଫଳରେ ଯୋଜନା ରୁ ବାଦ ପଡୁଛନ୍ତି ଗରିବ ଅସହାୟ ଲୋକ | ଏ ସମ୍ପର୍କ ରେ ଝରିଗାଁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପାର୍ଥଜିତ ମଣ୍ଡଳ ଙ୍କୁ ପଚାରିବାରୁ ତାଙ୍କୁ ଶୀଘ୍ର କାର୍ଯ୍ୟକାରୀ କରାଯିବ କହିଥିଲେ |ଏହା ତଦନ୍ତ କରି ପ୍ରକୃତ ହିତାଧିକାରୀ ଚୟନ କଲେ ସରକାରଙ୍କ ଉଦ୍ଦେଶ୍ୟ ସଫଳ ହେବା ସହ ଗରିବ ଙ୍କ ହିତ ସାଧନ ହୋଇ ପାରନ୍ତା | ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେବାକୁ ଗ୍ରାମବାସୀ ନିବେଦନ କରୁଛନ୍ତି |

related posts

Leave a Comment