ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବିଜେପି ଦଳ ତରଫରୁ ଆରମ୍ଭ ହୋଇଥିବା ଗଣ ଧାରଣା ଆଜି ଦଶମ ଦିନରେ ପହଂଚିଛି।ଉନ୍ନୟନମୂଳକ ଓ ଜନହିତକର କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗରେ ଝରିଗାଁ ବ୍ଲକ ବିଜେପି ପକ୍ଷରୁ ବ୍ଲକ କାର୍ଯ୍ୟଳୟ ନିକଟରେ ୧୦ ଦିନ ଧରି ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଅଛି।ବ୍ଲକ ଭାଜପା ପକ୍ଷରୁ ସମସ୍ତ ଅଭିଯୋଗ ର ଏକ ଚିଠା ପ୍ରସ୍ତୁତ କରି ନବରଙ୍ଗପୁର ଜିଲ୍ଲାପାଳ ଙ୍କ ଅବଗତ ନିମନ୍ତେ ପ୍ରେରଣ କରି ଦୁର୍ନୀତି ରେ ଲିପ୍ତ ଥିବା ସମସ୍ତ ଙ୍କ ବିରଧୋରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।ଝରିଗାଁ ବ୍ଲକରେ ଶୌଚାଳୟ ଦୁର୍ନୀତି, ମନରେଗା ଦୁର୍ନୀତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ଅନିୟମିତତା, ହରିଶ୍ଚନ୍ଦ୍ର ଯୋଜନାରେ ହିତାଧିକାରୀ ଟଙ୍କା ନପାଇବା, ଚାଷିମାନଙ୍କର ଧାନମଣ୍ଡିରେ ଧାନ କିଣାବିକାରେ ଅନିୟମିତତା ଭଳି ବିଭିନ୍ନ ସମସ୍ୟାକୁ ଦାବିପତ୍ର ମାଧ୍ୟମରେ ପ୍ରଶାସନକୁ ଅବଗତ କରାଯାଇଥିଲା।ଆଜି ଧାରଣାରେ ବିଜେପିର ବରିଷ୍ଠ ନେତା ମାନେ ଉପସ୍ଥିତ ରହି ରାଜ୍ୟ ସରକାର ଉପରେ ଗର୍ଜନ କରିବା ସହ ବିଭିନ୍ନ ନାରାବାଜି ଦେଇଥିଲେ।ସେହିପରି ବିଜେପିର ଶାନ୍ତି ପୂର୍ଣ୍ଣ ଗଣ ଧାରଣା ୧୦ ଦିନରେ ପହଞ୍ଚିଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀମାନେ ଧାରଣା ସ୍ଥଳକୁ ଆସିନାହାନ୍ତି।ଆଜି ଗଣ ଧାରଣା ରେ ପ୍ରତିବାଦ ଶୋଭା କରିବାପରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ଧାରଣା ସ୍ଥଳରେ ଦେଖା ନଥିବାରୁ ବିଜେପି କର୍ମୀ ମାନେ ଝରିଗାଁ ବ୍ଲକ ଅଫିସରେ ଧସେଇ ପଶି ବ୍ଲକ ଅଫିସର ଦୁଇ ପଟେ ତାଲା ପକାଇବା ସହ ଅଫିସ ସାମ୍ନାରେ ଧାରଣାରେ ବସିଛନ୍ତି।ଯେଉଁ ଦିନ ପ୍ରଯ୍ୟନ୍ତ ଦାବୀ ପୁରଣ ହୋଇ ନାହିଁ ସେହି ଦିନ ପ୍ରଯ୍ୟନ୍ତ ବ୍ଲକ ଅଫିସ ସାମ୍ନା ରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି।ନବରଙ୍ଗପୁର ଜିଲ୍ଲା ବିଜେପି ସଭାପତି ଜଗଦୀଶ ଚନ୍ଦ୍ର ବିଷଇ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ,ପୂର୍ବତନ ସାଂସଦ ବଳଭଦ୍ର ମାଝୀ,ପର୍ଶୁରାମ ମାଝୀ,ରାୟଗଡା ଜିଲ୍ଲା ପ୍ରଭାରୀ ଗୋବିନ୍ଦ ଜୈନ,ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ରମେଶ ଚନ୍ଦ୍ର ସାହୁ,ଜିଲ୍ଲା ସଂପାଦକ ଫିରଜ କୁମାର ଷଡ଼ଙ୍ଗୀ, ଜିଲ୍ଲା ଯୁବ ସଭାପତି ଚନ୍ଦ୍ରଭାନୁ ନାୟକ,ବାରିଷ୍ଟ ବିଜେପି ନେତା ଦିୱାନ ସିଂ,ଚଚା ମଣ୍ଡଳ ସଭାପତି ନରସିଂହ ଭତ୍ରା,ଝରିଗାଁ ମଣ୍ଡଳ ସଭାପତି ଗଣପତି ସାହୁ,ଜିଲ୍ଲା ଯୁବ ଉପସଭାପତି ନରେଶ ସିଂ,ମିଲୁ ପଣ୍ଡା,କ୍ଷେତ୍ରମୋହନ ପାତ୍ର,ଜଗଦୀଶ କଲାର, ସୁମିତ୍ରା ମାଝୀ,ନିରାକାର ମାଝୀ,ପ୍ରତାପ ବାଘ ପ୍ରମୁଖ ସହ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।
ଝରିଗାଁ ବ୍ଲକ କାର୍ଯ୍ୟାଳୟରେ ତାଲା ଠୁଙ୍କିଲେ ବିଜେପି କର୍ମୀ
Share with
previous post