Home Breaking News ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ: ଇଂଲଣ୍ଡ ୨୦୫ ଅଲଆଉଟ, ଷ୍ଟମ୍ପ ସୁଦ୍ଧା ଭାରତ ୨୪/୧

ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ: ଇଂଲଣ୍ଡ ୨୦୫ ଅଲଆଉଟ, ଷ୍ଟମ୍ପ ସୁଦ୍ଧା ଭାରତ ୨୪/୧

by Times One Odia
Share with
     
 
 
   

ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ଚତୁର୍ଥ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ହୋଇଛି । ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ୨୦୫ ରନ୍ ଜବାବରେ ପ୍ରଥମ ଦିନ ଷ୍ଟମ୍ପ ସୁଦ୍ଧା ଗୋଟିଏ ୱିକେଟ ହରାଇ ୨୪ ରନ ସ୍କୋର କରିଛି ଭାରତ । ଓପନର ଶୁଭମାନ ଗିଲ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଛନ୍ତି । ପୂଜାରା (୧୫) ଏବଂ ରୋହିତ ଶର୍ମା (୮) ରନ କରି ନଟ ଆଉଟ ଅଛନ୍ତି । ଫାଷ୍ଟ ବୋଲର ଜେମସ ଆଣ୍ଡରସନ ଏକମାତ୍ର ୱିକେଟ ଅକ୍ତିଆର କରିଛନ୍ତି । ପୂର୍ବରୁ ଏହି ଟେଷ୍ଟର ପ୍ରଥମ ଇଂନିସରେ ୨୦୫ ରନରେ ଅଲଆଉଟ ହୋଇଯାଇଥିଲା ଇଂଲଣ୍ଡ । ଭାରତ ପକ୍ଷରୁ ଅକ୍ସର ପଟେଲ ସର୍ବାଧିକ ଚାରୋଟି ୱିକେଟ , ରବିଚନ୍ଦ୍ରନ ଅଶ୍ୱିନଙ୍କୁ ତିନୋଟି ଏବଂ ଦ୍ରୁତ ବୋଲର ମହମ୍ମଦ ସିରାଜ ଦୁଇଟି ୱିକେଟ ଅକ୍ତିଆର କରିଛନ୍ତି । ସିରିଜରେ ଭାରତ ୨-୧ ରେ ଆଗୁଆ ରହିଛି ।

related posts

Leave a Comment