Share with
ବିନିକା: ସୁବର୍ଣ୍ଣପୁର ଜିଲ୍ଲା ପରିବହନ ଅଧିକାରୀ ରବୀନ ପଟ୍ଟନାଏକ ସଡକ ଦୁର୍ଘଟଣାରେ ଆହତ ଜଣକୁ ନିଜ ଅଫିସ ଗାଡ଼ିରେ ଧରି ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଇଲେ। ଏହି କାମ କରି ମାନବିକତା ର ପରିଚୟ ଦେଖାଇଲେ ଜିଲ୍ଲା ପରିବହନ ଅଧିକାରୀ । ଆଜି ଜିଲ୍ଲା ପରିବହନ ଅଧିକାରୀ ଶ୍ରୀ ପଟ୍ଟନାୟକ ଗାଡି ଯାଞ୍ଚ ପାଇଁ ଯାଇ ତାଙ୍କ ଅଫିସ କର୍ମଚାରୀଙ୍କ ସହିତ ସୋନପୁର
ଆଇ ଟି ଆଇ ହିକୁଡି ଗ୍ରାମ ଦେଇ ଫେରୁଥିଲେ ।ଆଇ ଟି ଆଇ ଛକ ରେ ଦୁଇ ବାଇକ ମଧ୍ୟରେ ଧକ୍କା ହୋଇଥିଲା ଏଥିରେ ଜଣେ ଗୁରୁତର ଆହତ ହୋଇଥଲେ ।ଗୁରୁତର ଆହତଙ୍କୁ ତୁରନ୍ତ ଡାକ୍ତର ଖନା ଆଣିବାର ଥିଲା ତେଣୁ ନିଜେ ଆର .ଟି .ଓ ତାଙ୍କ ଗାଡ଼ିରେ ଆହତ ବ୍ୟକ୍ତିଙ୍କୁ ସୋନପୁର ଡାକ୍ତରଖାନ ଆଣି ଚିକିତ୍ସା କରାଇଥିଲେ ।ତାଙ୍କ ଏହି ମହତ କାମ ପାଇଁ ସବୁ ସ୍ତରରେ ତାଙ୍କୁ ପ୍ରଶଂସା କରାଯାଇଛି ।