Home Breaking News ଗୋଟିଏ ଦିନରେ ତିନୋଟି ଚୋରି

ଗୋଟିଏ ଦିନରେ ତିନୋଟି ଚୋରି

by Times One Odia
Share with
     
 
 
   

ନବରଙ୍ଗପୁର(ରବି ନାରାୟଣ ମହାନ୍ତି): ନବରଙ୍ଗପୁର ସହରରେ ଗୋଟିଏ ଦିନରେ ୩ଟି ଚୋରି ହୋଇଛି । ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଦିନ ଆଲୁଅରେ ଦୁଇଟି ଘରୁ କଳାକନା ବୁଲାଇଛନ୍ତି ।
ମିର୍ଗାନଗୁଡାର ବିବେକ ଚୌଧୁରୀଙ୍କ ଘରେ କେହି ନଥିବାର ସୁଯୋଗନେଇ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଘରେ ପଶିଥିଲେ । ଆଲମିରା ତାଡ଼ି ୧୦ ତୋଳା ସୁନା ଅଳଙ୍କାର ଏବଂ ୨ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ବିବେକଙ୍କ ଘରେ ଭଡ଼ାରେ ରହୁଥିବା ଭାରତୀ ଭୂଷଣ ସାହୁଙ୍କ ଘରୁ ମଧ୍ୟ ଅନୁରୂପ ଢଙ୍ଗରେ ଚୋରି ହୋଇଛି । ଦୁର୍ବୃତ୍ତମାନେ ୫ହଜାର ଟଙ୍କା, ସୁନା ଚେନ୍ ଏବଂ ମୁଦି ନେଇଯାଇଛନ୍ତି । ବିବେକ ଚିକିତ୍ସା ପାଇଁ ପରିବାର ସମେତ ଭୁବନେଶ୍ୱର ଯାଇଥିବା ବେଳେ ବିବେକଙ୍କ ଘରେ ଭଡ଼ାରେ ରହୁଥିବା ଭାରତୀ ଦିନ ପ୍ରାୟ ୧୧ଟାରେ ବଜାରରୁ ଫେରିବା ପରେ ଚୋରି ହୋଇଥିବା ଜାଣିଥିଲେ । ଏହି ଚୋରି ଘଟଣା ସିସିଟିଭି ଫୁଟେଜ୍ର ରେ କଏଦ ହୋଇଛି । ସେମାନଙ୍କୁ ଚିହ୍ନବା ପୁଲିସ ପାଇଁ ଏବେ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।
ଇଚ୍ଛାବତୀଗୁଡାର ଶ୍ରୀକାନ୍ତ ମିଶ୍ର ନିଜ ଝିଅକୁ ଆନ୍ଧ୍ରର ବବିଲିରେ ଛାଡ଼ିବାକୁ ଯାଇଥିଲେ । ବୁଧବାର ଅପରାହ୍ନରେ ଫେରିବା ବେଳକୁ ଘରୁ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ଆଲମିରା ଭିତରୁ ୫ ତୋଳା ସୁନା ଓ ବିଭିନ୍ନ ରୁପା ସାମଗ୍ରୀ ସମେତ ୨ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଜାଣିବାକୁ ପାଇଥିଲେ । ଏ ସଂପର୍କରେ ନବରଙ୍ଗପୁର ଥାନାରେ ଏତଲା ଦେଇଥିଲେ । ପୁଲିସ୍ ତଦନ୍ତ ଆରମ୍ଭ କରିଛି।

related posts

Leave a Comment