ବିନିକା: ବିନିକା ଏନଏସି ରେ ୨ଟି ବ୍ୟାଟେରି ଚାଲିତ ଗାଡ଼ି କୁ ବିରମାହାରଜପୁର ଉପ ଜିଲ୍ଳାପାଳ ତଥା ବିନିକା ଏନଏସି ପ୍ରଶାସକ ଅଶୋକ କୁମାର ଭୋଇ ଓ ବିନିକା ଏନଏସି କାର୍ଯ୍ୟ ନିର୍ବାହି ଅଧିକାରୀ ଦୁଃଖିରାମ ନାଏକ ଫିତାକାଟି ଉଭୟ ଗାଡ଼ିକୁ ଲୋକାର୍ପିତ କରିଛନ୍ତି ା ବ୍ୟାଟେରି ଚାଳିତ ଗାଡ଼ି ୨.୪୯ ଲକ୍ଷରେ କ୍ରୟ କରା ହୋଇଥିବା ଏନଏସି ପକ୍ଷରୁ ସୁଚନା ଦିଆ ଯାଇଛି ା ବତ୍ତମାନ ଦେଶରେ ପ୍ରଦୁଷଣ ବୃଦ୍ଧି କୁ ରୋକିବା ସହ ତୈଳଦର ଅହେତୁ ବୃଦ୍ଧି ପାଇଁ ସହାୟକ ହେବାପାଇଁ ଏହି ବ୍ୟାଟେରି ଚାଳିତ ଗାଡ଼ିକୁ ଏନଏସି ସ୍ବଚ୍ଛ ସବାରୀ ହିସାବରେ ଓଦା ଅଳିଆ କାର୍ଯ୍ୟରେ ଲଗାଇ ବାପାଇଁ ଏକ ପ୍ରୟାସ କରିଥିବା ା ଏହି ଗାଡ଼ି ଚାଳାଇବାପାଇଁ ବିନିକା ଏନଏସି ମାଁ କରମସାନି ଏସଏଜି ଗୃପ ଓ ମାଁ ବୁଡ଼ି ମା ଏସଏଜି ଗୃପ ର ଦୁଇଜଣ ମହିଲା କୁ ଗାଡ଼ି ଚଳାଇବାକୁ ଦାଇତ୍ବ ଦିଆ ଯାଇଥିବାରୁ ବିନିକା ଅଞ୍ଚଳପାଇଁ ଏହା ପ୍ରଥମ ହୋଇଥିବାରୁ ଏଥିପାଇଁ ଏହା ଚର୍ଚ୍ଚା ବିଷୟ ହେବାସେହ ଏଥିପ୍ରତି ବିନିକା ଜନସାଧାରଣ ଏନଏସିକୁ ପ୍ରଶଂସା କରୁଛନ୍ତି ା ଏହା ଦ୍ବାରା ଏନଏସିର ୧୨ ଗୋଟି ୱାଡ଼ କୁ ବିନା ତେଲ ଖର୍ଚ୍ଚରେ ମଇଲା ଉଠାଇ ବାରେ ସହାୟକ ହେବ ବୋଲି ବିରମାହାରଜପୁର ଉପ ଜିଲ୍ଳାପାଳ ତଥା ବିନିକା ଏନଏସି ପ୍ରଶାସକ ଶ୍ରୀ ଭୋଇ ମତବ୍ୟକ୍ତ କରିଥିଲେ ା ଏଥିରେ ହିସାବ ରକ୍ଷକ ଭବାନି ଶଙ୍କର ଦାଶ , ସେନିଟେସନ ସୁପରଫାଇଜର ସନ୍ତୋଷ କୁମାର ବନଛୋର, ସିଓ ସସ୍ମିତା ନାୟକ ,ନୋଡ଼ାର ଅଫିସର ଗୋପାଳ ବାଗ , ଡ଼ିଲିଙ୍ଗକ୍ଳାକ ମନୋରଞ୍ଜନ ମାହାପତ୍ର , ଏମଆଇଏସ ପ୍ରୀୟବ୍ରତ ଜେନା, ଜେଇ ରତ୍ନାକର ଗାରଗାରିଆ, ସେବକରାମ ଭୋଇ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ା
ବିନିକା ଏନଏସି ରେ ବ୍ୟାଟେରି ଚାଲିତ ଗାଡ଼ି ଲୋକାର୍ପିତ
Share with
previous post