Home Breaking News ୧୩ ତମ ମିନି ମାରାଥନ ଉଦଯାପିତ

୧୩ ତମ ମିନି ମାରାଥନ ଉଦଯାପିତ

by Times One Odia
Share with
     
 
 
   

ନରସିଂହପୁର ୧୩ ତମ ମିନି ମାରାଥନ ଆଜି ଉଦଯାପିତ ହୋଇଯାଇଛି । ଓଡ଼ିଶା ପରିବହନ ବିଭାଗ, ଓଡ଼ିଶା କ୍ରୀଡା ଓ ଯୁବ ସେବା, ସୁଯୋଗ ଇଣ୍ଡିଆ ଓ ସ।ର୍ପ ର ମିଳିତ ଆନୁକୁଲ୍ୟରେ ନରସିଂହପୁର ମିନି ମାରାଥନ ଅନୁଷ୍ଠିତ ହୋଇଯାଅଛି । ଚଂପେଶ୍ଵର୍ ଠାରେ ପ୍ରଫେସର କୁଳମଣି ବରିକି ସବୁଜ ପତାକା ଦେଖାଇ ଏହାକୁ ଉଦଘାନ କରିଥିଲେ। ୧୦ କିମି ଏହି ମାରାଥନ ରେ ବୌଦ୍ ର ଅଶୋକ ଦଣ୍ଡସେନା ୧୦ କିମି କୁ ୨୮ ମିନିଟ୍ ରେ ଅତିକ୍ରମ କରି ପ୍ରଥମ ହୋଇ ୧୦ ହଜାର ଟଙ୍କା, ମୟୂରଭଞ୍ଜ ର ଦେବାଶିଷ ମହ।ନ୍ତ ଦ୍ଵିତୀୟ ହୋଇ ୩ ହଜାର, ମୟୂରଭଞ୍ଜ ର ନରେଶ ଚନ୍ଦ୍ର ହେମ୍ବ୍ରମ୍ ତୃତୀୟ ହୋଇ ୨ ହଜାର ଟଙ୍କା ପୁରସ୍କୃତ ସହ ମାନପତ୍ର ଟ୍ରଫି ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
ସେହିପରି ନରସିଂହପୁର ମହାବିଦ୍ୟାଳୟ ଠାରୁ ହୋଇଥିବା ମାରାଥନ ରେ ମହିଳା ବିଭାଗ ରେ ୫ ଜଣ ଓ ପୁରୁଷ ବିଭାଗରେ ୫ ଜଣ ଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । କୁଳମଣି ବାରିକି ଙ୍କ ସଭାପତି ରେ ଅନୁଷ୍ଠିତ ସଭାରେ ପ୍ରଫେସର୍ ଗୋପାଳ କୃଷ୍ଣ ସାହୁ ମୁଖ୍ୟ ଅତିଥି , ୨୦ଟ ର ଅଧ୍ୟକ୍ଷ ଅରବିନ୍ଦ ଆଚାର୍ଯ୍ୟ ସମ୍ମାନିତ ଅତିଥି ରୂପେ ଯୋଗଦେଇ କୃତି ପ୍ରତିଯୋଗୀ କୁ ପୁରକୃତ କରିଥିଲେ । ଭୁବନେଶ୍ୱର ର ୬ ବର୍ଷ ର ଝିଅ ଏମ୍ ଏସ ଓସେ ନ ୧୦ କିମି କୁ ୩୬ ମିନିଟ୍ ରେ ଅତିକ୍ରମ କରିଥିଲେ ତାଙ୍କୁ ସୋତନ୍ତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ସ lର୍ପ ର ସମ୍ପାଦକ ବିଜୟ କୁମାର ପଣ୍ଡା ସ୍ବାଗତ ଭାଷଣ ସହ ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ମାରାଥନ ରେ ୬ ଶହରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇଥିଲେ । ସୁଜିତ୍ କୁମାର ସାହୁ, ସତ୍ୟ ପ୍ରଜ୍ଞ କର୍ , ପ୍ରଶାନ୍ତ କୁମାର ସାହୁ, ମନୋଜ କୁମାର କର, ସହଯୋଗ କରିଥିଲେ ।

related posts

Leave a Comment