Share with
ଵ୍ରହ୍ମପୁର(ପ୍ରଦ୍ୟୁମ୍ନ ପାତ୍ର): ଗଂଜାମ ଜିଲ୍ଲା ବେଲଗୁଣ୍ଠା ତହସିଲ, ଗାଙ୍ଗପୁର ଥାନା ଅଧିନ ବିଛଣା ଗ୍ରାମ ଛକରେ ଵ୍ରହ୍ମପୁର-ଭଞ୍ଜନଗର ମୁଖ୍ୟରାସ୍ତା ଅବରୋଧ କଲେ ଚାଷୀ।ଦୀର୍ଘଦିନ ହେଲା ଚାଷୀ ଟୋକେନ୍ ପାଇବା ପରେ ବି ମଣ୍ଡିରେ ଧାନ ଉଠୁ ନଥିବା ଅଭିଯୋଗ ହୋଇଛି ଅନେକ ଚାଷୀଙ୍କ ଧାନ ଏବେବି ଖଳାରେ ଗଦା ହୋଇ ରହିଛି ଖଳାରେ ଚାଷୀଙ୍କ ଧାନ ନଷ୍ଟ ହୋଇ ଯାଇଛି।ସ୍ଥାନୀୟ ପ୍ରଶାସନ କୁ ବାରମ୍ବାର ଜଣାଇବା ପରେ ମଣ୍ଡି ସମସ୍ୟାର ସମାଧାନ ର ବାଟ ବାହାରି ପାରିନଥିଲା।ବାଧ୍ୟ ହୋଇ ଆଜି ଶତାଧିକ ଚାଷୀ ରାସ୍ତା ରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି।ଯାହା ଦ୍ୱାରା ରାସ୍ତାରେ ଦୀର୍ଘ ସମୟ ଧରି ଗାଡି ମଟର ଅଟକି ରହିଛି।ଘଟଣା ସ୍ଥଳରେ ଗାଙ୍ଗପୁର ଥାନାଧିକାରୀ ଧୀରେଶ କୁମାର ଦାଶ, ବେଲଗୁଣ୍ଠା ତହସିଲଦାର ସରୋଜ ବେହେରା, ବିଡ଼ିଓ ଶଶୀଭୂଷଣ ମହାପାତ୍ର, ଯୋଗାଣ ନିରୀକ୍ଷକ ସୁବ୍ରତ ଚୌଧୁରୀ ପହଂଚି ଉତ୍ୟକ୍ତ ଚାଷୀଙ୍କୁ ବୁଝା ସୁଝା କରିବା ପରେ ଏକ ଘଣ୍ଟା ପରେ ଅବରୋଧ ହଟିଥିଲା