() ବ୍ରହ୍ମପୁରରୁ ସାଙ୍ଗ ହେଲେ ଭୁବନେଶ୍ୱରରୁ ଲୁଟିନେଲେ । ବସରେ ସାଙ୍ଗ ହୋଇ ବିଶ୍ଵାସ ଜନ୍ମେଇବାପରେ ଭୁବନେଶ୍ୱରରୁ କଲାକନା ବୁଲାଇ ଦେଲେ ଦୁର୍ବୁତ୍ତ । ଭୁବନେଶ୍ୱରର ବରମୁଣ୍ଡା ବସ ଷ୍ଟାଣ୍ଡରେ ଓଲ୍ହାଇବା ପରେ ଚାରେ ନିଶା ଦେଇ ଗଙ୍ଗାଧର ନାମକ ବ୍ୟକ୍ତିଙ୍କୁ ଅପହରଣ କରିନେଲେ ଦୁର୍ବୁତ୍ତ । ନିଶାରେ ଅଚେତ ହେବାପରେ ତାଙ୍କଠାରୁ ସୁନା ଚେନ , ମୁଦି ଓ ଟଙ୍କା ନେଇ ଛୁ ମାରିଛନ୍ତି ଦୁର୍ବୁତ୍ତ । ଅପହରଣ କରିଥିବା ଦୁର୍ବୁତ୍ତ ମାନେ ଗତ ରବିବାର ବିଳମ୍ବିତ ରାତିରୁ ପ୍ରଥମେ ଗଙ୍ଗାଧରଙ୍କ ସହ ବ୍ରହ୍ମପୁରରୁ ବସଯୋଗେ ଯାତ୍ରୀ ହିସାବରେ ବୁକ କରିଥିଲେ ଏହାପରେ ସେମାନେ ରାତି ସାରା ତାଙ୍କ ସହ କଥାବାର୍ତ୍ତା ହେବା ସହ ବିଶ୍ୱାସ ଜନ୍ମେଇଥିଲେ । ଠିକ ବରମୁଣ୍ଡା ବସ ଷ୍ଟାଣ୍ଡ ରେ ପହଂଚିବା ପରେ ସେମାନେ ଗଙ୍ଗାଧରଙ୍କୁ ଚା ପିଇବାକୁ ଦେଇଥିଲେ । ଆଉ ଏହାପରେ ଆରମ୍ଭ ହୋଇଥିଲା ଦୁର୍ବୁତ୍ତଙ୍କ ଲୁଟର ବ୍ଲୁ ପ୍ରିଣ୍ଟ । ବରମୁଣ୍ଡାରୁ ତାଙ୍କୁ ଭାରତପୁର ନେଇଯାଇଥିଲେ । ଗଙ୍ଗାଧରଙ୍କୁ ଅଚେତ ଅବସ୍ଥାରେ ସେମାନେ ଭରତପୁର ନିକଟରୁ ତାଙ୍କୁ ଠାରୁ ସୁନା ଚେନ ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ଛାଡି ପଳାଇଯାଇଥିଲେ । ସୋମବାର ସକାଳୁ ତାଙ୍କର ଚେତା ଆସିବା ପରେ ଜାଣିବାକୁ ପାଇଥିଲେ ତାଙ୍କ ଠାରୁ ଲୁଟ ହୋଇଯାଇଛି । ସେପଟେ ଗଙ୍ଗାଧରଙ୍କ ସ୍ତ୍ରୀ ଓ ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଏବେ ଗଙ୍ଗାଧର ସାହୁ କ୍ୟାପିଟାଲ ହସ୍ପିଟାଲରେ ଚିକତ୍ସା ହେଉଛନ୍ତି । ଖାଲି ସେତିକି ନୁହେଁ ଦୁର୍ବୁତ୍ତ ମନେ ମଧ୍ୟ ସେହି ସମାନ ଢଙ୍ଗରେ ଆଉ ଜଣେ ଯୁବକଙ୍କ ଠାରୁ ଲୁଟି ନେଇଛନ୍ତି ୩୨୦୦ ଟଙ୍କା ସହ ବ୍ୟାଗ । ଲୋୟର ପିଏମଜିରେ ମିହିର ରଞ୍ଜନ ନାମକ ଯୁବକଙ୍କୁ ଅଚିହ୍ନା ଦୁଇ ଜଣ ଦୁର୍ବୁତ୍ତ ଆସି ତାଙ୍କୁ ଥଣ୍ଡା ପାନିୟ ଜଳରେ ନିଶା ବଟିକା ଦେଇ ଚେତାଶୂନ୍ୟ କରି ଲୁଟି ନେଇଛନ୍ତି । ସେ ମଧ୍ୟ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି ।
ବ୍ରହ୍ମପୁରରୁ ସାଙ୍ଗ ହେଲେ ଭୁବନେଶ୍ୱରରୁ ଲୁଟିନେଲେ
Share with
previous post