Home Breaking News ବାଲିଗୁଡା ପୋଲିସ ଦ୍ୱାରା ଗଂଜେଇ ଜବତ, ତିନି ଜଣ ଗିରଫ

ବାଲିଗୁଡା ପୋଲିସ ଦ୍ୱାରା ଗଂଜେଇ ଜବତ, ତିନି ଜଣ ଗିରଫ

by Times One Odia
Share with
     
 
 
   

ଫୁଲବାଣୀ(ସୁନୀଲ ପଟ୍ଟନାୟକ )ବାଲିଗୁଡା ପୋଲିସ କୁ ପୁଣି ମିଳିଛି ସଫଳତା l ବାଲିଗୁଡା ପୋଲିସ ଏସ ଡ଼ି ପି ଓ ମନୋଜ ପୂଜାରୀ ଙ୍କ ନିର୍ଦେଶ ରେ ବାଲିଗୁଡା ଥାନା ପୋଲିସ ବାରଖମା ଠାରେ କାର କୁ ଅଟକାଇ ଥିଲା l କାର ଯାଞ୍ଚ କରିବା ବେଳେ ସେଥିରୁ ଚାଳିଶ କିଲୋ ଚୋରା ଗଂଜେଇମିଳିଥିଲା lଫଳରେ ପୋଲିସ ଗଂଜେଇ ସହ କାର ଜବତ କରିବା ସହ ଏ ସମ୍ପର୍କରେ ତିନି ଜଣ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି l
ସମସ୍ତ ଅଭିଯୁକ୍ତ କଟକ ଜିଲ୍ଲା ଆଠଗଡ ଅଂଚଳ ର କଳିଙ୍ଗକେଶରୀ ପ୍ରଧାନ,ସୌଭାଗ୍ୟ ବେହେରା, ବନମାଳୀ ପ୍ରଧାନ ବୋଲି ଜଣାପଡିଛି l
ବାଲିଗୁଡା ଏସ ଡ଼ି ପି ଓ ଶ୍ରୀ ପୂଜାରୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ, ଆନ୍ତରିକତା, ନିଷ୍ଠା ପର ଉଦ୍ୟମ ସାଙ୍ଗକୁ ସମୟଚିତ ପଦକ୍ଷେପ ଯୋଗୁଁ ବାଲିଗୁଡା ଅଂଚଳରେ ଗଂଜେଇ ଚାଷ କୁ ରୋକାଯିବା ସହ ଅନେକ ଅପରାଧୀ ଙ୍କୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଛି ପୋଲିସ l
ସେହିପରି ସହରରେ ଚୋରି, ଡକାୟତି, ଅସାମାଜିକ କାର୍ଯ୍ୟକଳାପ କୁ ରୋକିବା ପାଇଁ ମଧ୍ୟ ପୋଲିସ ଉଦ୍ୟମ ଜାରି ରଖିଛିl ସହର ରେ ଶାନ୍ତି ଶୃଙ୍ଖଳା ଯେପରି ବଜାୟ ରହିବ ସେଥିପ୍ରତି ସତର୍କ ଦ୍ରୁଷ୍ଟି ରଖା ଯାଇଥିବା କହିଛନ୍ତି ଲ

related posts

Leave a Comment