Share with
ଫୁଲବାଣୀ(ସୁନୀଲ ପଟ୍ଟନାୟକ): କନ୍ଧମାଳ ଜ଼ିଲା ଅନ୍ତର୍ଗତ ବାଲି ଗୁଡା ଥାନା ଅଧୀନ ମହାସିଙ୍ଗ ଠାରେ ଥିବା ଏକ କି ଓ ସ୍ମ ମିନି ବ୍ୟାଙ୍କ ରୁ ଗତ କାଲି ବିଳମ୍ବିତ ରାତିରେ ଚୋରି ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ମିନିବ୍ୟାଙ୍କ ଟି ଏକ ନିରୋଳା ସ୍ଥାନରେ ଥିବା କାରଣରୁ ବୋଧହୁଏ ଦୁର୍ବୁର୍ତ୍ତ ମାନେ ଟଙ୍କାଚେ।ରୀ କରିବାଲାଗି କାନ୍ଥ କଣା କରି ଭିତରେ ପଶିଥିଲେ। ତେବେ ଡ୍ର ଖୋଲି ଦେଖିବାବେଳେ କିଛି ଟଙ୍କା ନଥିଲା। ହେଲେ ମିନି ବ୍ୟାଙ୍କରେ ମୁଲ୍ୟବାନ କଂପ୍ୟୁଟର, ଲାପଟକ ଥିଲେ ମଧ୍ୟ ଦୁବୁର୍ତ୍ତ ମାନେ ନେଇନଥିଲେ ବୋଲି ବାଲିଗୁଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା କହିଛନ୍ତି।
ଏନେଇ ବାଲିଗୁଡ଼ା ଥାନାରେ ଏକ ଅଭିଯୋଗ ହୋଇଛି । ପୋଲିସ ଘଟଣା ର ତଦନ୍ତ କରୁଥିବା କହିଛି ।
ଚୋରୀ ଉଦ୍ୟମ କରୁଥିବା ଲୋକ ସ୍ଥାନୀୟ ଅଞ୍ଚଳର ହୋଇଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି।ମାହାସିଙ୍ଗ ଅଞ୍ଚଳରେ ପୋଲିସ ପେଟ୍ରୋଲିଙ୍ଗକୁ କଡ଼ାକଡ଼ି କରିବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।