Home Breaking News ୧୧ ଦଫା ଦାବୀ ପୂରଣ ନେଇ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ରାଲି ଓ ବିକ୍ଷୋଭ

୧୧ ଦଫା ଦାବୀ ପୂରଣ ନେଇ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ରାଲି ଓ ବିକ୍ଷୋଭ

by Times One Odia
Share with
     
 
 
   

ଫୁଲବାଣୀ(ସୁନୀଲ ପଟନାୟକ) ୧୧,ଦଫା ଦାବୀ ପୁରଣ ନେଇ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ କନ୍ଧମାଳ ଜିଲ୍ଲା ଶାଖା ପକ୍ଷରୁ ଶତାଧିକନିର୍ମାଣ ଶ୍ରମିକମାନେ ସଭାପତି ଘନକୁମାର ଶବରଙ୍କ ନେତୃତ୍ଵରେ ରାଲିରେ ଯାଇ ଜିଲ୍ଲା ଶ୍ରମ କାର୍ଯ୍ୟ।ଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣାରେ ମଧ୍ୟ ବସିଥିଲେ।
ସେମାନଙ୍କ ଦାବୀ ମଧ୍ୟରେ ରହିଛି ନିର୍ମାଣ ଶ୍ରମିକମାନେ ଶ୍ରମିକ କଲ୍ୟାଣ ବୋର୍ଡ଼ରେ ନାମ ପଞ୍ଜିକରଣ ପାଇଁ ଦରଖାସ୍ତ କରିଥିଲେ ମଧ୍ୟ ଜାଣି ଶୁଣି ବିଭିନ୍ନ ଆଳ ଦେଖାଇ ପଞ୍ଜିକରଣ କରାନଯିବା ଫଳରେ ସହାୟତା ପାଇପାରୁନାହାନ୍ତି।
ମୃତ୍ୟୁ କାଳୀନ ସହାୟତା, ପ୍ରସୂତିକାଳୀନ ସହାୟତା, ଶିକ୍ଷା, ବାସଗୃହ ସହାୟତାରେ ବିଳମ୍,
ସରକାର କରୋ ନ।ପାଇଁ ୧୫୦୦ ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରିବାଲାଗି ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ନବୀକରଣ ହୋଇନଥିବା ଦର୍ଶାଇ ବାଦ ଦିଆଯାଇ ଥିବା ଅଭିଯୋଗ କରିବା ସହ ତୁରନ୍ତ ଆର୍ଥୀକ ସହାୟତା ଯୋଗାଇଦେବାକୁ ଦାବୀ କରିଥିଲେ।
ପରେ ଏନେଇ ଏକ ସ୍ମାରକପତ୍ର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓଡ଼ିଶା, ଶ୍ରମମନ୍ତ୍ରୀ ମୁଖ୍ୟଶାସନ ସଚିବ, ଶ୍ରମ ସଚିବ ଓ ଶ୍ରମ କମିଶନର ଙ୍କୁ ପ୍ରଦାନ କରିଥିଲେ।

related posts

Leave a Comment