Share with
ରାଇକିଆ(ରଜତ କୁମାର ନାୟକ):ରାଜ୍ୟ ସରକାର ଏବଂ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଫାଇଲେରିଆ ନିରାକରଣ ଅଭିଯାନ ଆଜି ଗୁରୁବାର ୨୫ ଫେବୃଆରୀ ରୁ ୦୬ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ ଔଷଧ ସେବନ ପ୍ରକ୍ରିୟା ଆରମ୍ଭ ହୋଇଛି।ଏନେଇ ଆଶା କର୍ମୀ ମାନେ ଘରକୁ ଘର ଯାଇ ଫାଇଲେରିଆ ନିରାକରଣ ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହ ପରିବାର ସଦସ୍ୟଙ୍କ ବୟସ ଅନୁପାତରେ ବଟିକା ଖାଇବାକୁ ଦିଆଯାଉଛି।ଏହା ଖାଦ୍ୟ ଖାଇସାରିବା ପରେ ଏହି ବଟିକା ଖାଇବାକୁ ପରାମର୍ଶ ଦିଆ ଯାଉଛି।ରାଇକିଆର ବାସନ୍ତୀ ପଲ୍ଲୀ,ସିଙ୍ଗିଗଡ, ଟିଚର୍ସ କଲୋନି ଏହି ପରି ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ଦିଆଯାଉଛି।ଏହି ବଟିକା ସରକାରଙ୍କ ତରଫରୁ ସମ୍ପୁର୍ଣ୍ଣ ମାଗଣା ଯୋଗାଇ ଦିଆଯାଉଛି।ସରକାର ଏବଂ ସ୍ବାସ୍ଥ୍ୟ ବିଭାଗର ଗୋଟିଏ ଲକ୍ଷ୍ୟ ରହିଛି ରାଜ୍ୟରୁ ସମ୍ପୁର୍ଣ୍ଣ ଭାବେ ଏହା ଦୁରକରିବାକୁ।କନ୍ଧମାଳ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲା ତଥା ରାଇକିଆ ବ୍ଲକ୍ ରୁ ଫାଇଲେରିଆକୁ ସମ୍ପୁର୍ଣ୍ଣ ଭାବେ ମୁକ୍ତ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି।