Home Breaking News ଯୁଗଜ୍ୟୋତି କ୍ରିକେଟ ଟୁର୍ଣ୍ଣାମେଣ୍ଟ: ରାମେଶ୍ୱର ସ୍ପୋର୍ଟିଂକୁ ହରାଇ ଫାଇନାଲରେ ଗ୍ରୀନ୍ସ

ଯୁଗଜ୍ୟୋତି କ୍ରିକେଟ ଟୁର୍ଣ୍ଣାମେଣ୍ଟ: ରାମେଶ୍ୱର ସ୍ପୋର୍ଟିଂକୁ ହରାଇ ଫାଇନାଲରେ ଗ୍ରୀନ୍ସ

by Times One Odia
Share with
     
 
 
   

()ଜଗତସିଂହପୁର ଅନ୍ତର୍ଗତ ନବପାଟଣାର ନନ୍ଦାବତୀ ଷ୍ଟାଡିଅମ ରେ ଚାଲିଥିବା ଯୁଗଜ୍ୟୋତି କ୍ରିକେଟ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲ ମ୍ୟାଚରେ ରାମେଶ୍ୱର ସ୍ପୋର୍ଟିଂକୁ ପରାସ୍ତ କରି ଗ୍ରୀନ୍ସ କ୍ରିକେଟ ଏକାଡେମୀ ଫାଇନାଲ ରେ ପ୍ରବେଶ କରିଛି | ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ରାମେଶ୍ୱର ସ୍ପୋର୍ଟିଂ | ଦଳ ନିର୍ଦ୍ଧ|ରିତ 30 ଓଭରରେ ସାତ ୱକେଟ ହରାଇ 171 ରନ କରିବାକୁ ସମର୍ଥ ହୋଇଥିଲା | ଦଳ ପକ୍ଷରୁ ମଣିତେଜ, ଗିରିଜା 28 ରନ ଲେଖାଏଁ କରିଥିବା ବେଳେ ଶ୍ରୀକାନ୍ତ ଗୌଡ଼ ଅପରାଜିତ 34 ରନ କରିଥିଲେ | ଗ୍ରୀନ୍ସ ପକ୍ଷରୁ ରଶ୍ମି ରଞ୍ଜନ ସାହୁ ଏବଂ ରାଜେଶ ପାତ୍ର ଦୁଇଟି ଲେଖାଏଁ ୱଇକେଟ ନେଇଥିଲେ | 172 ରନକୁ ପିଛା କରି ଗ୍ରୀନ୍ସ 9 ଉଇକେଟ ବିନିମୟରେ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଥିଲା | ଦଳ ପକ୍ଷରୁ ରଶ୍ମି ରଞ୍ଜନ ସାହୁ 42(50), ରିତେଶ ଜେନା 27(37)ଓ ରାଜେଶ ପାତ୍ର 26(21)ରନ କରିଥିଲେ |ରାମେଶ୍ୱର ପକ୍ଷରୁ ଲୁଲୁ ମହାନ୍ତି ଓ ନିରଞ୍ଜନ ଗୌଡ଼ ଦୁଇଟି ଲେଖାଏଁ ଉଇକେଟ ନେଇଥିଲେ | ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ରଶ୍ମି ରଞ୍ଜନ ସାହୁଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଛି |ପୂର୍ବରୁ କଟକର ୟୁନିଅନ ସ୍ପୋର୍ଟିଂକୁ ପରାସ୍ତ କରି ଗ୍ରୀନ୍ସ ସେମି ଫାଇନାଲରେ ପ୍ରବେଶ କରିଥିଲା |

related posts

Leave a Comment