ଦେଶରେ ସୋସିଆଲ ମିଡିଆ ଓ ଓଟିଟି ପ୍ଲାଟଫର୍ମ ପାଇଁ ଆସିବ ଗାଇଡ୍ଲାଇନ । ଗାଇଡ୍ଲାଇନ୍ ନେଇ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ପ୍ରକାଶ ଜାଭଡେକର ପ୍ରେସ୍ମିଟରେ ସୂଚନା ଦେଇଛନ୍ତି । ଅଭିଯୋଗ ଆସିଲେ ତଦନ୍ତ କରି ନିଆଯିବ କାର୍ଯ୍ୟାନୁଷ୍ଠାନ । ୨୪ ଘଣ୍ଚାରେ ହଟିବ ଆପତ୍ତିଜନକ କଣ୍ଟେଣ୍ଟ । ଆସନ୍ତା ୩ ମାସ ମଧ୍ୟରେ ଲାଗୁ ହେବ ଏହି ନିୟମ । ଓଟିଟି ଏବଂ ସାମାଜିକ ଗଣମାଧ୍ୟମର କଣ୍ଟେଣ୍ଟ ଉପରେ ନଜର ରଖାଯିବ । ଫେକ୍ ନ୍ୟୁଜ୍ ଉପରେ ବି ୩ଟି ସ୍ତରରେ ନଜର ରଖାଯିବ । ଅଭିଯୋଗ ଆସିଲେ ୨୪ ଘଣ୍ଟା ଭିତରେ ଗ୍ରହଣ କରାଯିବ ଓ ୧୫ ଦିନ ଭିତରେ ସମାଧାନ ହେବା ଜରୁରୀ । ନିୟମ ପାଳନକୁ ସୁନିଶ୍ଚିତ କରିବାକୁ ପ୍ରତ୍ୟେକ ସଂସ୍ଥା ମୁଖ୍ୟ ଅଧିକାରୀ ରଖିବେ । ପ୍ରତି ମାସରେ ଅଭିଯୋଗ ଓ ସମାଧାନର ବିବରଣୀ ଦେବେ ଅଧିକାରୀ ।କୌଣସି ସନ୍ଦିଗ୍ଧ ଟ୍ୱିଟ କିମ୍ବା ମେସେଜ ଆସିଲେ ସ୍ରଷ୍ଟାର ତଥ୍ୟ ଦେବା ଜରୁରୀ । ୩ ମାସ ଭିତରେ କଡ଼ାକଡ଼ି ଭାବେ ଲାଗୁ ହେବ ନୂଆ ନିୟମାବଳୀ । ନିୟମ ଖିଲାପ କଲେ ଅତି କମ୍ରେ ୫ ବର୍ଷ କାରାଦଣ୍ଡ ବ୍ୟବସ୍ଥା ରହିବ । ସୋସିଆଲ ମିଡିଆ ପାଇଁ ଏକ ତିନି ସ୍ତରୀୟ ବର୍ଗ ସୃଷ୍ଟି ହେବ ।
ସୋସିଆଲ ମିଡିଆ ଓ ଓଟିଟି ପ୍ଲାଟଫର୍ମ ପାଇଁ କଡା ଗାଇଡ୍ଲାଇନ
Share with