Share with
ଜଟଣୀ(ନବୀନମହାପାତ୍ର): ଜଟଣୀ ପୌରପରିଷଦ ରକାର୍ଯ୍ୟରତ ସଫେଇ କର୍ମ ଚାରିମାନେ ଆଜିଦିନତମାମ ପୌରପିଷଦ ଫାଟକ ସାମ୍ନାରେ ଧାରଣା ଜାରିରଖିଥିଲେ I ପୌରନିର୍ବାହୀ ଅଧିକାରୀ ସାନ୍ତ୍ୱନା ଦେବାପରେ ମଧ୍ୟ ଆନ୍ଦୋଳନ ରୁ ହଟି ନଥିଲେ l ସେମାନଙ୍କର କହିବାନୁଯାୟୀ ଠିକାଦାର ହଟାଅ,222ଜଣ କାର୍ଯ୍ୟ ରତ ସଫେଇ କର୍ମ ଚାରୀ ଙ୍କୁ ଅଫିସର ଙ୍କ ମାଧ୍ୟମରେ ଦରମା ଦିଅ l ପ୍ରାୟ 28 ଜଣ କର୍ମଚାରୀ ନଭେମ୍ବର ମାସଠାରୁ ବେତନ ନପାଇବା,ସମସ୍ତ ସଫେଇ କର୍ମଚାରୀ ସାଲେରି ସ୍ଲିପ୍,ଇପି ଏଫ୍ ସମସ୍ୟା ,ସଫେଇ ସାମଗ୍ରୀ ସଠିକ୍ ଭାବେ ନମିଳିବା ସମସ୍ତ ଙ୍କ ଅଶାନ୍ତିର ମୁଖ୍ୟ କାରଣ ବୋଲି ଧାରଣାରେ ବସିଥିବା ସଦସ୍ୟମାନେ ଉପସ୍ଥାପନ କରିଛନ୍ତି