Share with
ଭଞ୍ଜନଗର(ସୁରେଶ କୁମାର ସୁବୁଦ୍ଧି): ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ବୁଢ଼ାକେନ୍ଦୁ ଜଙ୍ଗଲରୁ ଦୁଇ ଗଳିତ ମୃତ ଦେହ ଉଦ୍ଧାର।ଯୁବତୀର ମୃତଦେହ ଚୁନିରେ ବନ୍ଧା ହୋଇଥିବା ଅବସ୍ଥାରେ ଗଛରେ ଝୁଲୁଥିବା ବେଳେ ଅନ୍ୟ ଜଣଙ୍କ ଶବଟି ତଳେ ପଡି ନଷ୍ଟ ହୋଇଯାଇଛି।ଦୁଇ ଗଳିତ ଶବ ର ପରିଚୟ ଜଣାପଡିନାହିଁ।ଜଙ୍ଗଲରେ ନିଆ ଲାଗିଯାଇଥିବାରୁ ଜଣକ ମୃତଦେହଟି ନିଆଁ ରେ ପୋଡି ହୋଇ ସମ୍ପୂର୍ଣ ନଷ୍ଟ ହୋଇଯାଇଛି।ତଳେ ପଡିଥିବା ଖପୁରୀ ଓ ହାଡକୁ ଦେଖିଲେ ଯୁବକ ହୋଇଥିବା ଅନୁମାନ କରୁଛି ପୋଲିସ।ଆଜି ସକାଳୁ ବନ ବିଭାଗ କର୍ମଚାରୀ ମୃତଦେହ ଦେଖି ଗାଙ୍ଗପୁର ପୋଲିସ କୁ ଖବର ଦେଇଥିଲେ।ଘଟଣା ସ୍ଥଳରେ ପୋଲିସ ଓ ବନବିଭାଗ କର୍ମଚାରୀ ପହଂଚି ତଦନ୍ତ ଚଳାଇଛନ୍ତି।ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହାର ପ୍ରକୃତ କାରଣ ଜଣାପଡିନାହିଁ।ସାଇଣ୍ଟିଫିକ ଟିମ ଆସିବା ପରେ ଦୁଇ ଗଳିତ ଶବ କୁ ବ୍ୟବଛେଦ ପାଇଁ ପଠାଯିବ ।ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ କାରଣ ଜଣାପଡିବ।