Home Breaking News ଦୁଇଦିନିଆ ଗ୍ରସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷ: ଶିଶୁମାନଙ୍କ ପ୍ରତି ଅବହେଳା ବରଦାସ୍ତକରାଯିବନି

ଦୁଇଦିନିଆ ଗ୍ରସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷ: ଶିଶୁମାନଙ୍କ ପ୍ରତି ଅବହେଳା ବରଦାସ୍ତକରାଯିବନି

by Times One Odia
Share with
     
 
 
   

ଫୁଲବାଣୀ(ସୁନିଲ ପଟନାୟକ): ଯେକୌଣସି ପରିସ୍ଥିତିରେ ମଧ୍ୟ ଶିଶୁ ମାନଙ୍କ ପ୍ରତି ଅବହେଳାକୁ ବରଦାସ୍ତ କରାଯିବନି, ଅଭିଯୋଗ ଆସିଲେ କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରାଯିବ ବୋଲି କନ୍ଧମାଳ ଜିଲ୍ଲା କୁ ଦୁଇଦିନିଆ ଗ୍ରସ୍ତରେ ଆସି ଓଡିଶା ଶିଶୁ ଅଧିକାର ଅଧକ୍ଷ ସନ୍ଧ୍ୟାବତୀ ପ୍ରଧାନ କହିଛନ୍ତି l
ଦୁଇଦିନ ଧରି କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର ବୁଲିଦେଖିବା ସହ ଅଙ୍ଗନବାଡ଼ି କେନ୍ଦ୍ର କୁ କିଭଳି ଉନ୍ନତିକରଣ କରାଯିବ ସେହି ବିଷୟରେ ତଦାରଖ କରିଥିଲେ କମିଶନ ଅଧକ୍ଷl ସନ୍ଧ୍ୟା ବତୀ l
ଗୁରୁବାର ଫୁଲବାଣୀ ସ୍ଥିତ ପଞାୟତ ଭବନ ସଭାଗୃହ ଠାରେ କିଛି ସରକାରୀ ଅଧିକାରୀ ଓ ଶିଶୁ ସୁରକ୍ଷା ଉପରେ କାର୍ଯ୍ୟ କରୁଥିବା ବିଭିନ୍ନ ଏନଜିଓ, ଚାଇଲ୍ଡ ଲାଇନ କର୍ମ କର୍ତ୍ତା ଏହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ |
କରୋନା କଟକଣା ଯୋଗୁ ବହୁତ୍ ଦିନ ଧରି ସ୍କୁଲ୍ ବନ୍ଦ ରହିଥିବା ଯୋଗୁ ବହୁତ୍ ପିଲା ପ୍ରଭାବିତ ହୋଇଛନ୍ତି | ପିଲାଙ୍କ ପାଠ ପଢ଼ା ବ୍ୟାହତ ହେବା ସହିତ ପିଲା ମାନେ ଘର ଭିତରେ ଆବଦ୍ଧ ହୋଇ ରହିଥିଲେ | ଯାହା ଫଳରେ ପିଲା ମାନଙ୍କ ମାନସିକ ସ୍ଥିତି ପ୍ରଭାବିତ ହୋଇଥିଲା |
କନ୍ଧମାଳ ଜିଲ୍ଲା ରେ ଜିଲାସ୍ତରୀୟ ଶିଶୁ ସମ୍ପର୍କ ଯାତ୍ରା ର ଉଦ୍ଦେଶ୍ୟ ଥିଲା ପିଲାମାନଙ୍କ ସହ କିପରି ସମ୍ପର୍କ ଯୋଡ଼ି ହେବ ଏବଂ ଜିଲ୍ଲାର ବ୍ଲକ ସ୍ତରରେ ଓ ପଞାୟତ ସ୍ତରୀୟ ରେ କାର୍ଯ୍ୟ କରୁଥିବା ଅଧିକାରୀ ମାନେ ପିଲାମାନଙ୍କ ସହ କିଭଳି ଘନିଷ୍ଟ ହେବେ |
ପିଲାମl ନଙ୍କର ଯେଉଁ ଅଧିକାର ଅଛି ଓ ସେମାନଙ୍କର ସୁରକ୍ଷା କୁ ନେଇ ଯେଉଁ ଦାୟିତ୍ଵ ଅଛିତାହା ଯେପରି ସୁଚାରୁରୂପେ ପାଳନ ହେଇପାରିବ ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା | ଏହି ପରିପ୍ରେକ୍ଷୀରେ ଜନ ଶୁଣାଣି ମଧ୍ୟ କରାଯାଇଥିଲା | ଏହି ଶୁଣାଣି ରେ ଯେଉଁ ଅନାଥ ପିଲାମାନେ ରହିଛନ୍ତି ସେମାନଙ୍କୁ କିଭଳି ଥଇଥାନ କରାଯିବ ଏବଂ ସେ ମାନଙ୍କର ଶିକ୍ଷା ଯେପରି ଠିକ୍ ଭବରେ ପାଇ ପାରିବେ ତାକୁ ଦୃଷ୍ଟି ଦେବା ଲାଗି ପରାମର୍ଶ ଦେଇଥିଲେ |
ଶିଶୁ ସୁରକ୍ଷା ଉପରେ କାର୍ଯ୍ୟ କରୁଥିବା ଅଧିକାରୀ ମାନେ ଠିକ୍ ଭବରେ ନିଜ ଦାୟିତ୍ଵ ନ ତୁଲାଇଲେ ଅଭିଯୋଗ କ୍ରମେ ତାଙ୍କ ଉପରେ କଡ଼ା କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଓଡିଶା ଶିଶୁ ସୁରକ୍ଷା ଅଧିକାର ର ଅଧ୍ୟକ୍ଷ ସନ୍ଧ୍ୟାବତୀ ପ୍ରଧାନ |

related posts

Leave a Comment