Home Breaking News / ତାଜା ଖବର ମେକ୍ସିକୋରେ ବିମାନ ଦୁର୍ଘଟଣା, ୬ ଯବାନ ମୃତ

ମେକ୍ସିକୋରେ ବିମାନ ଦୁର୍ଘଟଣା, ୬ ଯବାନ ମୃତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

ମେକ୍ସିକୋରେ ଏକ ବିମାନ ଦୁର୍ଘଟଣା ଘଟିଛି । ଏଥିରେ ଅତିକମରେ ୬ ଜଣ ସୈନ୍ୟଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ସମୟ ଅନୁସାରେ ରାତି ୯ଟା ୪୫ରେ ଏହି ବିମାନ ଦୁର୍ଘଟଣା ଘଟିଥିଲା । ଭେରାକ୍ରୁଜ ରାଜ୍ୟର ଇମିଲିଆନୋ ଜାପାଟା ପୌରପାଳିକା ଅଧିନରେ ଥିବା ବିମାନବନ୍ଦରରୁ ଜେଟ ବିମାନ ଉଡ଼ିବାର ଅଳ୍ପ ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଜାତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବୟାନରେ କୁହାଯାଇଛି ଯେ, ଲିଅର ଜେଟ ବିମାନ, ଯାହାର ପଂଜିକୃତ ନମ୍ବର ୩୯୧୨ ଇଏଲ ଲେନସେରୋ ବିମାନବନ୍ଦରରୁ ଉଡ଼ିଥିଲା । ମୃତକମାନେ ହେଲେ ପାଇଲଟ ଓ ସେମାନଙ୍କର ସହଯୋଗୀ ପାଇଲଟ । ଏହା ବିମାନବନ୍ଦର ନିକଟରେ ଥିବା ଏକ ପଡ଼ିଆରେ ଖସିପଡ଼ିଥିଲା । ତେବେ ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ । ଏହାର ତଦନ୍ତ ନିର୍ଦେଶ ଦିଆଯାଇଛି ।

related posts

Leave a Comment