Home Breaking News / ତାଜା ଖବର ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ

by Times One Odia
Share with
  •  
  •  
  •  
  •  
  •  
  •  
  •  
  •  
  •  
  •  

କଟକ(ଗୁରୁଦତ୍ତ ମହାନ୍ତି): ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଟାଙ୍ଗୀ ଥାନା ଅନ୍ତର୍ଗତ ଏନ୍‌ଏଚ୍‌-୧୬ ବଇଚୁଆଁ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା।ମିଳିଥିବା ସୂଚନାନୁସାରେ, ରୋଗୀ ନେଇ ମେଦିନାପୁରରୁ କଟକ ବଡ ମେଡିକାଲ ଆସୁଥିଲା ଆମ୍ବୁଲାନ୍ସ। କଣ୍ଟେନର ପଛରେ ପିଟି ହେଲା ଆମ୍ବୁଲାନ୍ସ । ଟାଙ୍ଗୀ ଥାନା ଅନ୍ତର୍ଗତ ଏନ୍‌ଏଚ୍‌-୧୬ ବଇଚୁଆଁ ଛକ ଏହି ନିକଟରେ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଏସ୍‌ସିବିରେ ୨ଜଣଙ୍କ ମୃତ୍ୟୁ ହୋଇଛି।ରୋଗୀ ନେଇ ମେଦିନାପୁରରୁ କଟକ ବଡ ମେଡିକାଲ ଯାଉଥିବା ସମୟରେ ରାସ୍ତା ଉପରେ ଠିଆ ହୋଇଥିବା କଣ୍ଟେନର ପଛରେ ଧକ୍କା ଦେଇଥିଲା। ଖବର ପାଇଁ  ଟାଙ୍ଗୀ ପୋଲିସ ଓ ଅଗ୍ନିଶମ ବିଭାଗ, ଏନ୍ଏଚଆଇ ଆମ୍ବୁଲାନ୍ସ କର୍ମଚାରୀ ପହଁଚି କଟର ସାହାଯ୍ୟରେ ଗାଡିର ଆଗ ଅଂଶ କାଟି ମୃତ ଯୁବକ ଓ ଡ୍ରାଇଭରକୁ ଆମ୍ବୁଲାନ୍ସ ଭିତରୁ ବାହାର କରିଥିଲେ। ପରେ ଶବଟିକୁ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଯାଇଛି। ଡ୍ରାଇଭର ଜଣଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।

related posts

Leave a Comment