Home Breaking News ସ୍କୁଲ୍ ଏରିଆରେ ସ୍ପିଡ୍ ବ୍ରେକର୍ ନାହିଁ: ବିପଦରେ ଛାତ୍ରଛାତ୍ରୀ

ସ୍କୁଲ୍ ଏରିଆରେ ସ୍ପିଡ୍ ବ୍ରେକର୍ ନାହିଁ: ବିପଦରେ ଛାତ୍ରଛାତ୍ରୀ

by Times One Odia
Share with
     
 
 
   

ରାଇକିଆ(ରଜତ କୁମାର ନାୟକ):କନ୍ଧମାଳ ଜିଲ୍ଲା ରାଇକିଆରେ ଦିନକୁ ଦିନ ବହୁ ସଂଖ୍ୟକ ଗାଡି ମଟର ଚଳାଚଳ ବୃଦ୍ଧି ପାଉଛି। ଏଥି ଯୋଗୁଁ ଟ୍ରାଫିକ ସମସ୍ୟା ଦେଖା ଦେଉଥିବା ବେଳେ ବହୁବାର ଦୁର୍ଘଟଣାରେ ଧନ ଜୀବନ ହାନି ଘଟୁଛି।ଅଞ୍ଚଳରେ ଗାଡି ମଟର,ବାଇକ୍ ଚଳାଚଳ ଅତ୍ୟଧିକ ଦୃତ ଗତିରେ ଯାଉଥିବା ବେଳେ ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ ଭୟଭୀତ ହୋଇ ପଡ଼ୁଛନ୍ତି। ଏବଂ ଦୁର୍ଘଟଣା ଘଟୁଥିବା ବେଳେ ଖଣ୍ଡିଆ ଖାବରା ହେଉଛନ୍ତି।ବିଶେଷ କରି ରାଇକିଆ ଅଞ୍ଚଳର ମୂଖ୍ୟ ରାସ୍ତାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ,ବିଜୟ ହାଇସ୍କୁଲ ,ସରକାରୀ ପ୍ରକଳ୍ପ ଉପ୍ରା ବିଦ୍ୟାଳୟ, କ୍ୟାଥୋଲିକ ଚର୍ଚ୍ଚ ଛକୁ ସଂଯୋଗ କରୁଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ସେଣ୍ଟ୍ କାଥାରିନ ବାଳିକା ବିଦ୍ୟାଳୟ,ଏସ୍.ବି.ଆଇ ବ୍ୟାଙ୍କ୍,କାଲୁମାହା ଛକ ପରି ସ୍ଥାନ ମାନଙ୍କରେ ସ୍ପିଡ୍ ବ୍ରେକର୍ ରଖିବା ଅତ୍ୟନ୍ତ ଆବଶ୍ୟକ ରହିଛି।ଏହାକୁ ନଜରରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବାପାଇଁ ଅଞ୍ଚଳର ବୁଦ୍ଧି ଯିବି, ଅଭିଭାବକଙ୍କ ସହ ସାଧାରଣରେ ଦାବି ହେଉଛି।

related posts

Leave a Comment