Home Breaking News କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ଡ଼ାକରାରେ ପାଟଣାଗଡ଼ରେ ପ୍ରଭାବ

କଂଗ୍ରେସ ପକ୍ଷରୁ ଓଡିଶା ବନ୍ଦ ଡ଼ାକରାରେ ପାଟଣାଗଡ଼ରେ ପ୍ରଭାବ

by Times One Odia
Share with
     
 
 
   

ପାଟଣାଗଡ଼(ପ୍ରିୟବ୍ରତ ସରାଫ):ରାଜ୍ୟରେଆଇନଶୃଙ୍ଖଳା ନିୟନ୍ତ୍ରଣ କରିବାରେ ସରକାର ବିଫଳ ସହ ଦୁର୍ନୀତି ଭ୍ରଷ୍ଟାଚାର ନାରୀ ନିର୍ଯ୍ୟାତନା ବୃଦ୍ଧି ତଥା କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନୂତନ କୃଷି ବିଲ ବିଫଳତା ବିଭିନ୍ନ ପ୍ରସଙ୍ଗ କୁ ନେଇ ସାରା ଓଡ଼ିଶାରେ ବନ୍ଦ ଡାକରା ଦେଇଥିବା ବେଳେ ଆଜି ପାଟଣାଗଡ଼ ରେ ମଧ କଂଗ୍ରେସ ପକ୍ଷରୁବନ୍ଦ ଡାକରା ଯୋଗୁ ସହରରେ ବନ୍ଦ ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି। ଏହି ବନ୍ଦ ଫଳରେ ସହରର ସମସ୍ତ ପ୍ରକାର ଦୋକାନ ବଜାର ବନ୍ଦ ରହିବା ସହ ସରକାରୀ ଅଫିସ ମଧ୍ୟ ବନ୍ଦ ରହିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପାଟଣାଗଡ଼ ରାମପୁର ଠାରୁ କଂଗ୍ରେସର ପି ସି ସି ସଭ୍ୟ ଅନୀଲ ମେହେରଙ୍କ ନେତୃତ୍ୱରେ ଶଗଡ଼ ଗାଡି ଉପରେ ମୋଟେର ସାଇକେଲରଖି ପ୍ରତିବଡ଼କାରୀ ଏକ ଶୋଭାଯାତ୍ରା ବାହାରି ବର୍ତ୍ତମାନ ତୈଲ ଦର 90 ଛୁଇଁଲାଣି ଲୋକେ ତ୍ରାହି ତ୍ରାହି ଡାକିଲେଣି ।
ପେଟ୍ରୋଲ ଡିଜେଲ ଓ ଏଲ ପି ଜି ଅହେତୁକ ଦରବୃଦ୍ଧିପାଇ ସରକାରଙ୍କ ବିଫଳତା ମୁଖ୍ୟ ପ୍ରସଙ୍ଗ ଉପରେ ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ। ଓ ପରେ ସ୍ଥାନୀୟ ବସଷ୍ଟାଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ କଂଗ୍ରେସ କର୍ମୀମାନେ ଯୋଗ ଦେଇଥିଲେ।

related posts

Leave a Comment