Share with
କୋଲ୍କାତ ଶୁଭାରମ୍ଭ ହେବାକୁ ଯାଉଛି ‘ମା ଯୋଜନା’ । ଏଥରେ ମାତ୍ର ୫ ଟଙ୍କା ମୂଲ୍ୟରେ ପଶ୍ଚିମବଙ୍ଗ ସରକାର ଭୋଜନ ଯୋଗାଇ ଦେବେ ବୋଲି ଜଣାପଡ଼ିଛି। ବିଧାନସଭା ନିର୍ବାଚନ ପ୍ରତି ଦୃଷ୍ଟି ଦିଆଯାଇ ଆରମ୍ଭ ହେବାକୁ ଯାଉଛି।
ଏହି ୫ଟଙ୍କିଆ ଭୋଜନ ପ୍ଲେଟ୍ରେ ରହିବ ଭାତ, ଡାଲି, ପନିପରିବା ତରକାରି ଏବଂ ଅଣ୍ଡା। ନିର୍ଦ୍ଧାରିତ ସମୟରେ ହିଁ ଏହି ଭୋଜନ ଉପଲବ୍ଧ ହେବ। କୋଲ୍କାତାରେ ଆରମ୍ଭ ହେବାକୁ ଯାଉଥିବା ଏହି ଯୋଜନା ନିମନ୍ତେ ୧୬ଟି ଏକ ପ୍ରକାରର ରୋଷଶାଳ ବ୍ୟବସ୍ଥା କରାଯାଇଛି। ଧୀରେ ଧୀରେ ଏହି ଯୋଜନା ରାଜ୍ୟର ଲାଗୁ କରାଯିବ ।