Home Breaking News ରାଜଧାନୀ ଭୁବନେଶ୍ବରରେ ଦବଦବା ଜାହିର କରିଥିଲା ଲେଡି ଡ଼ନ ବାନୋ ଓରଫ ଆସମା ବିବି

ରାଜଧାନୀ ଭୁବନେଶ୍ବରରେ ଦବଦବା ଜାହିର କରିଥିଲା ଲେଡି ଡ଼ନ ବାନୋ ଓରଫ ଆସମା ବିବି

by Times One Odia
Share with
     
 
 
   

ଭୁବନେଶ୍ୱର: ଲେଡି ଡ଼ନର ନାଲି ଆଖି। ରାଜଧାନୀ ଭୁବନେଶ୍ବରରେ ଦବଦବା ଜାହିର କରିଥିଲା ଲେଡି ଡ଼ନ ବାନୋ ଓରଫ ଆସମା ବିବି । ରାଜଧାନୀର ଆଜାଦ ନଗର ବସ୍ତିରୁ ଗିରଫ ହେଲା ଲେଡି ଡ଼ନ । ଲେଡି ଡ଼ନକୁ ଗିରଫ କରିଛି ଏଆରଫିଲଡ଼ ଥାନା ପୋଲିସ । ଦେଖନ୍ତୁ ଏହି ଭିଡ଼ିଓକୁ କିଭଳି ଦୁଇ ଛେଳି ଧରାଳିଙ୍କୁ ରାଶିରେ ବାନ୍ଧି ଧରି ନିଜର ରୋବାଵ ଦେଖାଉଛି । ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିଥିବା ସହ ଦୁଇ ଛେଳି ଚରାଳିଙ୍କୁ ବାନ୍ଧି ରଖି କାଙ୍ଗାରୁ କୋର୍ଟ ଚଳାଇଥିଲା ଲେଡି ଡ଼ନ । ସମ୍ପୃକ୍ତ ଭିଡ଼ିଓରେ ଏହି ଲେଡି ଡ଼ନର କାରନାମା କୟଦ ହୋଇଛି । ଦୁଇ ଜଣ ଛେଳି ଚରାଳିଙ୍କୁ ବାନ୍ଧି ରଖିଥିବା ଖବର ପାଇଥଲା ପୋଲିସ ପିସିଆର୍ ଭ୍ୟାନ ପହଞ୍ଚିଥିଲା ହେଲେ ଲେଡି ଡ଼ନର ନାଲି ଆଖି ଆଗରେ କେହି ସାହସ କରିନଥିଲେ । ଲେଡି ଡ଼ନର ନାଲି ଆଖି ଦେଖି ମଧ୍ୟ ପୋଲିସ ତାଯୁବ ହୋଇପଡିଥିଲେ । ପୋଲିସଙ୍କୁ ଗାଳିଗୁଲଜ କରିବା ସହ ଦୁଇ ଛେଳି ଚରାଳିଙ୍କୁ ବାନ୍ଧି ରଖିଥିଲା । ତେଣୁ ଭୁବନେଶ୍ୱରର ଆଜାଦ ନଗର ବସ୍ତିରେ ଏଭଳି ଲେଡି ଡନ ଭାବେ ପରିଚିତ ଥିଲା ଆସମା ବିବି । ପୋଲିସଙ୍କୁ ଗାଳିଗୁଲଜ କରିବା ସହ ସେଠାରେ ପୂର୍ବରୁ ମାରିପିଟ ଓ ଧମକ ଚମକ ଦେଇ ଗୁଣ୍ଡାରାଜ ଚଳାଇଥିଲା ଏହି ଲେଡି ଡ଼ନ ଆସମା ବିବି ।

related posts

Leave a Comment