Home Breaking News କଂଗ୍ରେସର ୬ ଘଣ୍ଟିଆ ଡାବୁଗାଁ ବନ୍ଦ

କଂଗ୍ରେସର ୬ ଘଣ୍ଟିଆ ଡାବୁଗାଁ ବନ୍ଦ

by Times One Odia
Share with
     
 
 
   

ଡାବୁଗାଁ: ସାରା ରାଜ୍ୟରେ କଂଗ୍ରେସ ର ଓଡିଶା ବନ୍ଦ ଡ଼ାକରାରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କଂଗ୍ରେସ ତରଫରୁ ଡାବୁଗାଁ ବ୍ଲକ ରେ ୬ ଘଣ୍ଟିଆ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ ସୋମବାର ଅନୁଷ୍ଠିତ ହୋଇଯାଇଛି । ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ନବରଙ୍ଗପୁର ଜିଲା ସଭାପତି ମନୋରଞ୍ଜନ ତ୍ରିପାଠୀ ଙ୍କ ନିର୍ଦ୍ଦେଶ କ୍ରମେ ଡାବୁଗାଁ ବ୍ଲକ କଂଗ୍ରେସ ସଭାପତି ଜି॰ ସାଇ ରାଜୁ ଙ୍କ ନେତୃତ୍ୱ ରେ ଏହି ବନ୍ଦ ପାଳନ ସକାଳ ୭ ଘ॰ ରୁ ଅପରାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ଏହି ବନ୍ଦ ପାଳନ ପେଟ୍ରୋଲ, ଡିଜେଲ, ଏଲପିଜି ଗ୍ୟାସ ଦର ବୃଦ୍ଧି, ଚାଷୀ ଙ୍କ ସମସ୍ୟା, ବେକାରୀ ଙ୍କୁ ଅଣଦେଖା ପ୍ରତିବାଦ ସହ ରାଜ୍ୟ ର ଜଳ, ଜମି ଓ ରାଜ୍ୟବାସୀ ଙ୍କୁ ସୁରକ୍ଷା ଦେଇ ପାରୁ ନଥିବା ଆଦି ସମସ୍ୟା ଦିଗକୁ ନେଇ ଏହି ବନ୍ଦ ପାଳନ କରାଯାଇଥିଲା । ଏହି ବନ୍ଦ ପାଳନ ସମୟରେ ଡାବୁଗାଁରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚାଳଚଳ ବନ୍ଦ ରହିଥିଲା । କଂଗ୍ରେସ କର୍ମୀ ମାନେ ପିକେଟିଙ୍ଗ କରି ସରକାରୀ ଓ ବେସରକାରୀ କାର୍ଯ୍ୟ|ଳୟ ଗୁଡିକୁ ମଧ୍ୟ ବନ୍ଦ କରାଯାଇଥିଲା । ଏହି ବନ୍ଦ ପାଳନ ସମୟରେ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝୀ, ବ୍ଲକ ର ୩ ଜଣ ଉପସଭାପତି ପ୍ରକାଶ ଚନ୍ଦ୍ର ପଣ୍ଡା, ବାବି ଜେନା ଓ ଗୁପ୍ତ ବିଶୋଇ, ବ୍ଲକ ଯୁବ କଂଗ୍ରେସ ସଭାପତି ପ୍ରଦୀପ ଜେନା, ବ୍ଲକ କମିଟି କୋଷାଧ୍ୟକ୍ଷ ଶଶୀ ମାଝୀ, ବରିଷ୍ଠ କର୍ମୀ ଯୁରେଶ୍ଵର ପଣ୍ଡା, ସୁରେଶ ସାମଲ, ଟି ମୁରଲୀ, ଭଗବାନ ଖୁଣ୍ଟିଆ, କେଶବ ରେଲି, ଧବଳ ନାୟକ, ପ୍ରଶାନ୍ତ ଖୁଣ୍ଟିଆ, ଶାନ୍ତନୁ ଖୁଣ୍ଟିଆ, ତାରିଣୀ ରେଲି ଓ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ ଏବଂ ବ୍ଲକ ର ପ୍ରାୟ ୧୦୦ ରୁ ଊର୍ଦ୍ଧ୍ଵ କର୍ମୀ ଉପସ୍ଥିତ ଥିଲେ ।

related posts

Leave a Comment