ବିନିକା(ଅକ୍ଷୟ ପୁଜାହାରୀ): କେନ୍ଦ୍ର ସରକାରଙ୍କ ଅହେତୁକ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବିନିକା ବ୍ଳକ ଓ ନଗର ପକ୍ଷରୁ ୬ ଘଣ୍ଟିଆ ବନ୍ଦ ସାନ୍ତିସୁଙ୍ଖଲା ସହି ହୋଇଯାଇଛି । ବିନିକା ବ୍ଳକ କଂଗ୍ରେସର କମିଟିର ସଭାପତି ରବିନ୍ଦ୍ର ହୋତା ଙ୍କ ନେତୃତ୍ୱରେ ୬ଘଣ୍ଟିଆ ବନ୍ଦ ପାଳନ ସକାଳ ସାତଟା ରୁ ଆରମ୍ଭ ହୋଇ ୧ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା । ସହରର ମହାନଦୀ ଓ ତହସିଲ ଛକ ତଥା ଅନ୍ୟାନ୍ୟ ଛକ ମାନଙ୍କରେ କଂଗ୍ରେସ ନେତା ଓ କର୍ମୀ ମାନେ ରାସ୍ତା ବନ୍ଦକରି ପିକେଟିଙ୍ଗ କରି ଥିଲେ । ବନ୍ଦ ପ୍ରଭାବରେ ଦୈନିକ ବଜାର, ସମସ୍ତ ଦୋକାନ ବଜାର ସହିତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସମସ୍ତ ପେଟ୍ରୋଲ ପମ୍ପ ମଧ୍ୟ ବନ୍ଦ ରହିଛି । ରାଜ୍ୟ ସରକାର ସ୍କୁଲ କଲେଜ ବନ୍ଦ ନିଦ୍ଦେର୍ଶ ଦେଇଥିବାରୁ ସମସ୍ତ ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି । କେବଳ ଆମ୍ବୁଲାନ୍ସ, ଅଗ୍ନି ସମ ବିଭାଗ ଓ ବରଜାତ୍ରୀ ମାନଙ୍କୁ ଏହି ବନ୍ଧରୁ ବାଦ୍ ଦିଆଯାଇଛି ।ଏହି ବନ୍ଦ ସମୟରେ ଜେକୈ।ଣସି ଅପ୍ରିତୀକର ପରିସ୍ଥିତି ସୃଷ୍ଟି ହୋଇ ନଥିବା ଜଣା ପଡ଼ିଛି । ଆଜିର ଏହି ଛଅ ଘଣ୍ଟିଆ ବନ୍ଦ ଡାକରାରେ ବିନିକା ନଗର କଂଗ୍ରେସ ସଭାପତି ସୁରେନ୍ଦ୍ର ନାଏକ, ଜିଲ୍ଲା କ୍ରୁଷକ ସେଲ ସଭାପତି ନରେନ୍ଦ୍ର ପଣ୍ଡା,ବରିଷ୍ଟ କଂଗ୍ରେସ ସନ୍ତାନ ପଣ୍ଡା, ପ୍ରଦିପ ସେଠି,ଗୋଵିନ୍ଦା ଝାଙ୍କର ,ଉମା ଦୀପ, ହରିହର ଛନ୍ଦ,ଶିବ ସାହୁ, ଲଲିତ ସାହୁ, ମିତ୍ରଭାନୁ ଭୋଇ,କୁଶ ଭୋଇ ,ଗଦାଧର ମାହାର, ବଳରାମ ଷଣ୍ଢ, ଭଜନ ନାଏକ ସମେତ ସମସ୍ତ କଂଗ୍ରେସ କମି ସହଯୋଗ କରିଥିଲେ ।
କେନ୍ଦ୍ର ସରକାରଙ୍କ ଅହେତୁକ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ପାଳନ
Share with
previous post