Home Breaking News ଉତ୍ତରାଖଣ୍ଡରେ ମିଳିଲା ଆଉ ୧୩ ମୃତଦେହ, ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ୫୧କୁ ବୃଦ୍ଧି

ଉତ୍ତରାଖଣ୍ଡରେ ମିଳିଲା ଆଉ ୧୩ ମୃତଦେହ, ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ୫୧କୁ ବୃଦ୍ଧି

by Times One Odia
Share with
     
 
 
   

ଉତ୍ତରାଖଣ୍ଡର ଚମୋଲୀ ଜିଲ୍ଲାରେ ଆଜି ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପୁଣି ୧୩ ଜଣଙ୍କର ମୃତଦେହ ମିଳିଛି । ଏଥି ସହିତ ମୃତକଙ୍କ ସଂଖ୍ୟା ୫୧କୁ ବୃଦ୍ଧି ପାଇଛି । ଏହି ୧୩ ରୁ ୬ଟି ମୃତଦେହ ଏନଟିପିସିର ତପୋବନ-ବିଷ୍ଣୁଗାଡ ପ୍ରକଳ୍ପର ସୁଡ଼ଙ୍ଗରୁ ମିଳିଛି । ସେହିପରି ରୈଣୀରୁ ୬ଟି ଓ ରୁଦ୍ରପ୍ରୟାଗ ଜିଲ୍ଲାରୁ ଗୋଟିଏ ଶବ ଉଦ୍ଧାର ହୋଇଛି । ତପୋବନ ସୁଡ଼ଙ୍ଗରେ ବିଗତ ଏକ ସପ୍ତାହରୁ ସେନା, ଏନଡିଆରଏଫ, ଏସଡିଆରଏଫ ଓ ଆଇଟିବିପିର ଯବାନମାନେ ମିଳିତ ଉଦ୍ଧାର ଅଭିଯାନ ଜାରି ରଖିଛନ୍ତି । ନଦୀ ତଟ ଜିଲ୍ଲା ପ୍ରଶାସନ ନେତୃତ୍ୱରେ ଖୋଜିବା କାମକୁ ତୀବ୍ର କରି ଦିଆଯାଇଛି । ଜିଲ୍ଲାପାଳ ସ୍ୱାତି କହିଛନ୍ତି ଯେ, ରୈଣୀ ଅଂଚଳରେ ଏନଡିଆରଏଫ ନିଖୋଜ ଲୋକଙ୍କୁ ଖୋଜୁଛନ୍ତି । ଯଦି କୌଣସି ଜୀବୀତ ବ୍ୟକ୍ତିଙ୍କୁ ଠାବ କରାଯାଏ, ତା’ହେଲେ ଖୁବ ଶୀଘ୍ର ଜରୁରୀକାଳୀନ ସୁବିଧା ଦିଆଯିବ ।
ଗତ ୭ତାରିଖରେ ଯୋଶୀମଠରେ ତପୋବନ ନିକଟରରେ ଗ୍ଲାସିୟର ଭାଙ୍ଗିବା ପରେ ବିପର୍ଯୟ ଘଟିଥିଲା ।

related posts

Leave a Comment