ଚୌଦ୍ୱାର(ଅଶୋକ କୁମାର ଦାସ): କଟକ ଜିଲ୍ଲା ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ୧୦ ଓ ୧୯ ନମ୍ବର ୱାର୍ଡ ର ବସ୍ତି ବାସିନ୍ଦା ଚୌଦ୍ୱାର ପୌରପାଳିକା ଆଗରେ ବିକ୍ଷୋଭ କରିବା ସହ ଏକ ଲିଖିତ ଅଭିଯୋଗ ପତ୍ର ପୋୖରାଧିକାରୀ ଙ୍କୁ ପ୍ରଦାନ କରିଛନ୍ତି | ଅଭିଯୋଗ ଅନୁଯାୟୀ, ୧୦ ନମ୍ବର ଓ ୧୯ ନମ୍ବର ୱାର୍ଡ ର ୧୫୦ ରୁ ଉର୍ଦ୍ବ ପରିବାର , ୪୦ ବର୍ଷ ରୁ ଅଧିକ ହେବ ସ୍ଥାୟୀ ବାସିନ୍ଦା ଭାବେ ଏହି ୱାର୍ଡ ର ସରକାରୀ ଜମି ରେ ଘର କରି ସପରିବାର ରହି ଆସୁଛନ୍ତି | ସେବେ ଠାରୁ ସରକାରୀ ସ୍ତରରେ ସମସ୍ତ ସାହାଯ୍ୟ ସହଯୋଗ ପାଇବା ସହିତ ଭୋଟର ଭାବେ ପରିଚିତ ହୋଇଛନ୍ତି | ତେବେ ଗତ ଜାନୁଆରୀ ମାସରେ ୨ ୱାର୍ଡ ର କିଛି ପରିବାରଙ୍କ ପାଖକୁ ଚୌଦ୍ୱାର ପୋୖରପାଳିକା ପକ୍ଷରୁ “ଓଡିଶା ବସ୍ତି ବାସିନ୍ଦା ମାନଙ୍କ ଜମି ଅଧିକାର ନିୟମ ୨୦୧୭” ରେ ଅନ୍ତର୍ଭୁକ୍ତ କରାଯାଇ ୪୮୪ ବର୍ଗ ଫୁଟ ଜାଗାର ସରକାରୀ ମୂଲ୍ୟ ପୌରପାଳିକା ରେ ପ୍ରଦାନ କରି ଅଧିକାର ରେ ଥିବା ଅନ୍ୟ ଜାଗା କୁ ଛାଡିଦେବାକୁ ନିର୍ଦେଶ ଦିଆଯାଇଛି | ତେବେ ଏହି ୨ ୱାର୍ଡ ରେ ୧୫୦ ରୁ ଅଧିକ ପରିବାର ଦୀର୍ଘ ବର୍ଷ ଧରି ରହିଆସୁଥିବା ବେଳେ କିଛି ବର୍ଷ ହେବ ଅନ୍ୟ ସ୍ଥାନ ର ବ୍ୟକ୍ତି ବିଶେଷ ମାନେ ଉକ୍ତ ସ୍ଥାନ ରେ ବଳପୂର୍ବକ ସ୍ଥାନୀୟ ଜାଗା ମାଫିଆ ମାନଙ୍କୁ ହାତ କରି ମୋଟା ଅଙ୍କ ଦେଇ ମନଇଛା ଘର କରି ଚାଲିଛନ୍ତି | ଏମାନଙ୍କ ମୁଣ୍ଡରେ କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କ ହାତ ରହିଥିବାରୁ ସେମାନଙ୍କ ନାମ କୁ ଏହି ଲିଷ୍ଟ ରୁ ସମ୍ପୂର୍ଣ୍ଣ ବାଦ ଦିଆଯାଇଛି, କାରଣ ସେମାନେ କୋଠା ଉପରେ କୋଠା କରି ବହୁ ଜମି କୁ ନିଜ ଅଧିକାର ରେ ରଖିଛନ୍ତି | ଅନ୍ୟପଟେ ବର୍ତ୍ତମାନ ସମୟରେ ଉକ୍ତ ୱାର୍ଡ ରେ ବେଆଇନ ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ସେମାନଙ୍କ ର ନାମ ସରକାର ଙ୍କ ତରଫରୁ ଓଡିଶା ବସ୍ତି ବାସିନ୍ଦା ମାନଙ୍କ ଜମି ଅଧିକାର ନିୟମ ୨୦୧୭ ରେ କିପରି ଅନ୍ତର୍ଭୁକ୍ତ ହେଲା ଏ ନେଇ ପୋୖରାଧିକାରୀ ଙ୍କୁ ପ୍ରଶ୍ନ କରିଛନ୍ତି ୧୦ ଓ ୧୯ ୱାର୍ଡ ର ମୂଳ ବାସିନ୍ଦା ମାନେ |ଏପରିକି ପୌରପାଳିକା ର ନୋଟିସ କୁ ଜଣେ ବେସରକାରୀ ଲୋକଙ୍କ ଦ୍ୱାରା ବଣ୍ଟା ଯାଇ ଲୋକମାନଙ୍କ ଠାରୁ ଟଙ୍କା ଆଦାୟ କରାଯାଇଥିବା ର ଅଭିଯୋଗ ମଧ୍ୟ କରାଯାଇଛି | ଦ୍ୱିତୀୟ ତହ ଉକ୍ତ ୱାର୍ଡ ରେ ବହୁ ପ୍ରଭାବସାଳି ବ୍ୟକ୍ତି ବଡ ବଡ ବିଲଡିଂ ମାନ କରିଥିଲେ ମଧ୍ୟ ସେମାନଙ୍କୁ କୌଣସି ନୋଟିସ ଦିଆଯାଇନାହିଁ ବୋଲି ଅଭିଯୋଗ କରାଯାଇଛି | ଏ ନେଇ ଆଜି ଉକ୍ତ୍ୟକ୍ତ ବହୁ ବସ୍ତି ବାସିନ୍ଦା ଚୌଦ୍ୱାର ପୋୖରାଧିକାରୀ ଙ୍କୁ ଭେଟି ଏକ ଲିଖିତ ଅଭିଯୋଗ ଦେବା ସହ ଏହି ଘଟଣା ର ବିଧିବଦ୍ଧ ତଦନ୍ତ କରି ସମସ୍ତ ଙ୍କୁ ନୋଟିସ କରିବା ସହ ସେମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି | ଏ ନେଇ ଆମର ପ୍ରତିନିଧି ପୋୖରାଧିକାରୀ ଙ୍କୁ ଭେଟି ଘଟଣା ର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ପୋୖରାଧିକାରୀ ପବିତ୍ର ମୋହନ ବେହେରା କ୍ୟାମେରା ସମୁଖ ରେ କିଛି କହିବାକୁ ମନା କରିଦେଇଥିଲେ |
ଚୌଦ୍ୱାର ପୌରାଞ୍ଚଳରେ ଜମି ବିବାଦ ଓ ଜାଲିଆତିକୁ ନେଇ ସାଂଘାତିକ ଅଭିଯୋଗ କରିଛନ୍ତି ବସ୍ତିବାସିନ୍ଦା
Share with