ଫୁଲବାଣୀ(ସୁନୀଲ ପଟ୍ଟନାୟକ): ଫୁଲବାଣୀ ପୌର ପରିଷଦ ପକ୍ଷରୁ ଆଗାମୀ ଏପ୍ରିଲ ମାସରୁ ଲାଗୁ ହେବାକୁ ଥିବା ଦଶ ଗୁଣା ବର୍ଦ୍ଧିତ ହୋଲଡିଂ ଟିକସ ଆଦାୟ ପାଇଁ ହେବାକୁ ଥିବା ଜନ ଶୁଣାଣି ଜନ ବିରୋଧ ଯୋଗୁଁ ଉପଜିଲ୍ଲାପାଳ ଙ୍କ ହସ୍ତକ୍ଷେପ ଫଳରେ ସ୍ଥଗିତ ରହିଛି । ସହରର ଜମି ଓ ଗୃହର ମୂଲ୍ୟାୟନରେ ବ୍ୟାପକ ତୃଟି ବିଚ୍ୟୁତି ଥିବାରୁ ଆଜିର ଶୁଣାଣି ନ କରିବାକୁ ନାଗରିକ ମାନେ ଅଡି ବସିଥିଲେ।ଚୁଡାନ୍ତ ନ ହୋଇଥିବା ମୂଲ୍ୟାୟନ ରିପୋର୍ଟ ରେ ଥିବା ତୃଟି ବିଚ୍ୟୁତି ବିରୁଦ୍ଧରେ ଅଭିଯୋଗ କରିବା ପାଇଁ ନଗର ଉନ୍ନୟନ ପକ୍ଷରୁ ୬୦ଦିନିଆ ନୋଟିସ ଜାରି କରିବାକୁ ନିର୍ଦ୍ଦେଶ ଥିଲା ବେଳେ ପୌର ପରିଷଦ ର ନିର୍ବାହୀ ଅଧିକାରୀ ଅଣଦେଖା କରିଥିଲେ।ଯାହା ଫଳରେ ଅଧିକାଂଶ ଲୋକ ଜାଣି ନ ପାରି ଅଭିଯୋଗ କରିନ ଥିଲେ।କୌଣସି ମାଇକ ପ୍ରଚାର ବା ଡେଙ୍ଗୁରା ଦିଆଯାଇନଥିଲା।ପୌର ପରିଷଦ ରେ ମିଳିବାକୁ ଥିବା କୌଣସି ସୁବିଧା ସୁଯୋଗ ମିଳୁ ନଥିବା ବେଳେ କାହିଁକି ଏ ଟିକସ ବୃଦ୍ଧି ବୋଲି ବୁଦ୍ଧିଜୀବୀ ମାନେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ନନ୍ଦ ଙ୍କୁ ପ୍ରଶ୍ନ କରିଥିଲେ। ବଡ ବଡ କୋଠା ବ୍ୟବସାୟ ପ୍ରତିଷ୍ଠା ନ ଉପରେ ମୂଲ୍ୟାୟନ କମାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା।ସହରର ୬୩୦୦ ପଟାଧାରୀ ପରିବାର ମଧ୍ୟରୁ ମାତ୍ର ୪୩୦ଜଣ ଅଭିଯୋଗ କରିଥିବା ଜଣାପଡିଛି।ସମାନ ପରିମାଣର ଘର ଜମି ଥାଇ ଅସାମଞସ୍ୟ ଭାବେ ମୂଲ୍ୟାୟନ ହୋଇଥିବାରୁ ଏଥିରେ ବ୍ୟାପକ ହାତଗୁଞା ନେଇ ବଡ ଧରଣର କମ ବେଶି କରିଥିବା ଲୋକେ ଉପଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଥିଲେ।
ଉପ ଜିଲାପାଳ ଦେବେନ୍ଦ୍ର ନନ୍ଦ ଲୋକଙ୍କ ଅଭିଯୋଗ ଶୁଣିବା ପରେ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ସହ ଆଲୋଚନା କରି ପୁନଃ ବିଞପ୍ତି ପ୍ରକାଶ କରି ଅଭିଯୋଗ କରିବାର ସୁଯୋଗ ଦେବା ପରେ ଜନ ଶୁଣାଣି କରିବାକୁ ସମ୍ମତି ଦେବାପରେ ଲୋକମାନେ ଆନ୍ଦୋଳନରୁ ଓହରିଥିଲେ।
ଆଗାମୀ ଦିନରେ ବ୍ୟାପକ ମାଇକ ପ୍ରଚାର କରି ସମସ୍ତଙ୍କୁ ଅଭିଯୋଗ କରିବାର ସୁଯୋଗ ମିଳିବ ବୋଲି ଉପଜିଲ୍ଲାପାଳ ଦେବେନ୍ଦ୍ର ନନ୍ଦ ଉପସ୍ଥିତ ବୁଦ୍ଧିଜୀବୀ ମାନଙ୍କୁ କହିଥିଲେ।ପୌର ପରିଷଦ ନିର୍ବାହୀ ଅଧିକାରୀ ଙ୍କ ଅପରିଣାମଦର୍ଶିତା ଓ ମନ ମୁଖି କାରବାର ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଲୋକମାନେ କହିଥିଲେ।
ମିଳିତ ନାଗରିକ କମିଟି ର ସଭାପତି ଅରୁପ ଜେନା ଓ ଆବାହକ ଅଶୋକ ପରିଡାଙ୍କ ସହ କମିଟି ର ସଦସ୍ୟମାନେ ଓ ବରିଷ୍ଠ ବିଜେପି ନେତା କମଳାକାନ୍ତ ପାଣ୍ଡେ, ଆଇନଜୀବୀ ଭଗବାନ ମହାନ୍ତି, ବିଜେଡି ନେତା ପ୍ରତାପ ପାତ୍ର, କଂଗ୍ରେସର ବିଜୟ ମହାନ୍ତି, ପ୍ରିୟନାଥ ଶର୍ମା, ପ୍ରମୋଦ ସାହୁ,ଅଜୟ ଅଧିକାରୀ, କେଶବ ପଟ୍ଟନାୟକ, ଅନନ୍ତ ଚରଣ ମିଶ୍ର ପ୍ରମୁଖ ଶତାଧିକ ବୁଦ୍ଧିଜୀବୀ ପୁରୁଷ ମହିଳା ଓ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମହେନ୍ଦ୍ର ନାଥ ମୂର୍ମୁ ,ଉପଜିଲ୍ଲାପାଳ ଶ୍ରୀ ନନ୍ଦ ପ୍ରମୁଖ ଭୁବନେଶ୍ୱର ରୁ ଆସିଥିବା ମୁଲ୍ୟାୟନ କମିଟି ସହ ଆଲୋଚନା କରି ଦୁଇ ଦିନିଆ ଜନ ଶୁଣାଣି ସ୍ଥଗିତ ରହିବା ଘୋଷଣା କରିଥିଲେ।
ଲୋକଙ୍କ ଆନ୍ଦୋଳନ ଯୋଗୁଁ ଫୁଲବାଣୀରେ ହୋଲଡିଂ ଟିକସ ଶୁଣାଣି ସ୍ଥଗିତ
Share with