କଙ୍କଡ଼ାହାଡ(ନବ କିଶୋର ସାହୁ): କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ, ଘାଗରାମୁଣ୍ଡା ଗ୍ରାମ ପଞ୍ଚାୟତ ର ଘାଗରାମୁଣ୍ଡା ଖେଳ ପଡ଼ିଆ ଠାରେ, ଡାଇନାମିକ କ୍ରିକେଟ କ୍ଳବ ଆନୁକୂଲ୍ୟରେ, ଶେଷ ଲିଗ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି | ବୁଧବାର ଖେଳାଯାଇଥିବା ମ୍ୟାଚରେ ବିରୁ କ୍ରିକେଟ ଟିମ ପ୍ରଥମେ ଟସ ଜିତି ବ୍ୟାଟିଂ ପାଇଁ ଥର୍ମାଲ କ୍ରିକେଟ ଟିମ କୁ ଆମନ୍ତ୍ରଣ କରିଥିଲା | ନିର୍ଧାରିତ ୧୫ ଓଭର ରେ ସାତ ଉଇକେଟ ବିନିମୟରେ ୨୦୯ ରନ କରିଥିଲା | ପରେ ବିରୁ କ୍ରିକେଟ ଟିମ ନିର୍ଧାରିତ୧୫ ଓଭର ରେ ସମସ୍ତ ଉଇକେଟ ହରାଇ୧୩୮ ରନ କରିବାକୁ ସମର୍ଥ ହେଇଥିଲା | ଏହି ମ୍ୟାଚରେ, ମୂଖ୍ୟ ଅତିଥି ଅଲଟ୍ରାଟେକ ସିମେଣ୍ଟ ର ଟେକ୍ନିକାଲ ହେଡ ଢେ଼ଙ୍କାନାଳ ଏବଂ ଅନୁଗୋଳ ଜିଲ୍ଲା ର ଶ୍ରୀଯୁକ୍ତ ପ୍ରଭାତ କୁମାର ବିଶ୍ବାଳ ଏବଂ ଅଲଟ୍ରାଟେକ ସିମେଣ୍ଟ ର ମାର୍କେଟିଂ ହେଡ଼ ଅନୁଗୋଳ ଜିଲ୍ଲା ର ଶ୍ରୀଯୁକ୍ତ ମନୋଜ ପାଢ଼ୀ, ଉପସ୍ଥିତ ଥିଲେ | ଏହି ମ୍ୟାଚର ମ୍ୟାନ ଅଫ ଦି ମ୍ୟାଚ ଥର୍ମାଲ କ୍ରିକେଟ ଟିମ ର ଚନ୍ଦନ ପ୍ରଧାନ ବିବେଚିତ ହୋଇଥିଲେ |ସେ 14ବଲ ଖେଳି୩୮ ରନ ଏବଂ ମୂଲ୍ୟବାନ ଦୁଇଟି ଉଇକେଟ ପାଇଥିଲେ | ତାଙ୍କୁ ମହାଲଷ୍ମୀ ଟ୍ରେର୍ଡସ ର ସତ୍ବାଧିକାରୀ ନବକିଶୋର ସାହୁ ଟ୍ରଫି ଏବଂ ପୁରସ୍କାର ପ୍ରଦାନ କରିଥିଲେ | ଖେଳ ପରିଚାଳନା କରିଥିଲେ, ତନୟ ପ୍ରଧାନ ଏବଂ ପ୍ରଶାନ୍ତ ସାହୁ, ଧାରାବିବରଣୀ ପ୍ରଦାନ କରିଥିଲେ ଧର୍ମାନନ୍ଦ ନାଏକ,କ୍ରିକେଟ କ୍ଳବ ର ସଦସ୍ୟ, ପ୍ରକାଶ ବେହେରା, ଶଙ୍କର୍ଷଣ ବାରିକ,ଶ୍ରୀକାନ୍ତ ସାହୁ,ଅଜୟ ସାହୁ ଏବଂ ଅମୀୟସାହୁ ସହଯୋଗ କରିଥିଲେ !
ଘାଗରମୁଣ୍ଡା କ୍ରିକେଟ ଟୁର୍ଣ୍ଣାମେଂଟ
Share with
previous post