Share with
କଟକ(ଗୁରୁଦତ୍ତ ମହାନ୍ତି):ପୁଣି ଦାମୀ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରିଲା କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ। ୨୨ କିଲୋ ଗଞ୍ଜେଇ ଜବତ କରିବା ସହ ଦୁଇଜଣଙ୍କୁ ଗିରଫ ।ଦୁଇ ଅଭିଯୁକ୍ତ ଙ୍କର ନାମ ସୁଶାନ୍ତ ସାହୁ ଓ ଗଗନ ମାଝୀ । କଟକ ଚଣ୍ଡିଖୋଲ ରାସ୍ତା ରେ ପେଟ୍ରୋଲିଂ କରୁଥିବା ସମୟରେ ଟାଙ୍ଗି ନିକଟରେ ଏକ ହୁଣ୍ଡାଇ ଭେନୁ କାର ଉପରେ ସନ୍ଦେହ ଘନୀଭୂତ ହେବାରୁ ଅଟକାଇ ତଲାସି ନେବା ସମୟରେ ଗାଡି ଭିତରୁ ଗଞ୍ଜେଇ ଜବତ ହୋଇଥିଲା। ଜବତ ଗଞ୍ଜେଇର ମୂଲ୍ୟ ୨.୨୦ ଲକ୍ଷ ଟଙ୍କା । ଏମାନେ ଗଞ୍ଜେଇ ଭୁବନେଶ୍ୱର ରୁ କେନ୍ଦୁଝର କୁ ନେଇ ଯାଉଥିଲେ।