Home Breaking News କେଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ କଂଗ୍ରେସର ମହାଆନ୍ଦୋଳନ

କେଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ କଂଗ୍ରେସର ମହାଆନ୍ଦୋଳନ

by Times One Odia
Share with
     
 
 
   

କେନ୍ଦ୍ରାପଡ଼ା (ସୁନିଲ ସାହୁ )କେନ୍ଦ୍ରାପଡ଼ା ରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣେଶ୍ୱର ବେହେରା ଙ୍କ ନେତୃତ୍ୱ ରେ ବିଶାଳ ବାଇକ ରାଲି ଓ ଜ଼ିଲ୍ଲାପାଳ ଅଫିସ ଘେରାଉ ଏଥିରେ ଯୋଗ ଦେଲେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ବିଧାୟକ ସୁରେଶ ରାଉତରାୟ, ଜ଼ିଲ୍ଲା କଂଗ୍ରେସ ସଭାପତି ଅଂଶୁମାନ ମହାନ୍ତି, ଲୋକସଭା ପ୍ରାଥୀ ଧରଣୀଧର ନାୟକ,ଜ୍ଞାନଦେଵ ବେହୁରା ,ରତିକାନ୍ତ କାନୁନଗୋ ଓ ହଜାର ହାଜର ସମର୍ଥକ ଉପସ୍ଥିତ ଥିଲେ . ଏହି ରାଲି ଲ କଲେଜ ଛକରୁ ବାହାରି ତିନିମୁହାଣୀ ,ନୁଆ ବସଷ୍ଟାଣ୍ଡ ଓ ବଜାର ପରିକ୍ରମା କରି ଜିଲ୍ଲା ପାଳ ଙ୍କ କର୍ଯ୍ୟାଳୟ ଆଗ ସଭା ସ୍ଥଳରେ ପହଞ୍ଚିଥିଲେ । ମାଟି ପାଇଁ ପାଟି ଖୋଲ ଏଭଳି ସ୍ଲୋଗାନ ଦେଇଥିଲେ । ଓଡିଶା ସରକାର ଙ୍କୁ ଟାର୍ଗେଟ କରି ନିରଂଜନ ପଟ୍ଟନାୟକ କହିଥିଲେ ନବୀନ ବାବୁ ଙ୍କ ର କେନ୍ଦ୍ରାପଡ଼ା ପ୍ରତି ମମତା ନାହିଁ ଏଠି ଯୋଉ ମାନେ ନିର୍ବାଚିତ ହୋଇଛନ୍ତି ତାଙ୍କ ମନରେ ଭୟ ରହୁଛି ଯଦି ସେମାନେ ମୁହଁ ଖୋଲନ୍ତି ତାଙ୍କର ପଦପି ନଥିବ ସେଥିପାଇଁ କୋଉ ନେତା ବି ପାଟି ଖୋଲୁନାହାନ୍ତି ବୋଲି କହିଛ ନ୍ତି pcc ସଭାପତି ନିରଂଜନ ପଟ୍ଟନାୟକ… ଜଟଣୀ ବିଧାୟକ ସୁରରାଉତ ରାୟ କହିଛ ନ୍ତି କେନ୍ଦ୍ରାପଡ଼ା ରେ ନିର୍ବାଚିତ ହୋଇଥିବା ନେତା ସମସ୍ତେ ପର ଦେଶୀ ଚଢେଇ ସେମାନେ କେବଳ ନିଜ ପାଇଁ ପାଟି ଖୋଲନ୍ତି ମାଟି ପାଇଁ ତାଙ୍କ ପାଟି ବନ୍ଦ ରହେ ବୋଲି ଜଟଣୀ ବିଧାୟକ କହିଛ ନ୍ତି…ଏହି ମହା ଆନ୍ଦୋଳନ କୁ ଜନସାଧାରଣ ସମର୍ଥନ ଥିବା ଦେଖିବାକୁ ମିଳିଥିଲା . ଏହା ଏକ ସଂକେତ ଓ ଏକ ପ୍ରକାର କଂଗ୍ରେସ ର ଶକ୍ତି ପ୍ରଦର୍ଶନ କହିପାରିବା…କେନ୍ଦ୍ରାପଡ଼ା ରେ ଏବେ ରୋଗୀ ସେବା ବିପର୍ଯୟ ଅବସ୍ଥାରେ ପହଂଚିଲାଣି ରୋଗୀ ମାନେ ଡାକ୍ତରଖାନା ରେ ଉପଯୁକ୍ତ ସେବାରୁ ବଂଚିତ ରହୁଛନ୍ତି କେନ୍ଦ୍ରାପଡା ମେଡିକାଲ ରେ ପର୍ଯ୍ୟାପ୍ତ ଡାକ୍ତର ନାହାନ୍ତି କି ଗୋଟେ ICU ଟେ ବି ନାହିଁ ଆକ୍ସିଡେଣ୍ଟ କେସ ରେ କେନ୍ଦ୍ରାପଡ଼ା ରୁ କଟକ ବଡ ମେଡିକାଲ କୁ ଯିବା ପାଇଁ ପ୍ରାଏ 2 ଘଣ୍ଟା ଲାଗିଯାଉଛି ଯାହା ମୃତ୍ୟୁ ର କାରଣ ସାଜୁଛି ସେହି ସମୟ ମଧ୍ୟରେ ବହୁତ ରୋଗୀଙ୍କ ର ମୃତ୍ୟୁ ଘଟୁଛି I ଯାହା ଲୋକମାନଙ୍କ ପାଇଁ ବଡ ଦୁର୍ଭାଗ୍ୟଜନକ I ଏହି ମହାଆନ୍ଦୋଳନ ରେ କେନ୍ଦ୍ରାପଡ଼ା ବାସି ସରକାରଙ୍କୁ ଦାବି କରିଛନ୍ତି କି ଯଥା ଶୀଘ୍ର କେନ୍ଦ୍ରାପଡ଼ା ରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ I

related posts

Leave a Comment