Home Breaking News ସୁବର୍ଣ୍ଣପୁର ଜିଲ୍ଲାରେ ନୂତନ ଏସପି ସିତାରାମ ଶତପଥି ଦାୟିତ୍ୱ ଗ୍ରହଣ

ସୁବର୍ଣ୍ଣପୁର ଜିଲ୍ଲାରେ ନୂତନ ଏସପି ସିତାରାମ ଶତପଥି ଦାୟିତ୍ୱ ଗ୍ରହଣ

by Times One Odia
Share with
     
 
 
   

ସୋନପୁର: ଆଜି ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ କର୍ୟ୍ୟାଳୟରେ ନୂତନ ଏସପି ସିତାରାମ ଶତପଥୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ଗଜପତି ଜିଲ୍ଲା ଅତିରିକ୍ତ ଏସପି ଭାବରେ କାର୍ୟ୍ୟ ସମ୍ପାଦନ କରୁଥିଲେ। ଯୋଗଦାନ ପରେ ସୁବର୍ଣ୍ଣପୁର ଜିଲ୍ଲାରେ ଜନସାଧାରଣଙ୍କ ଧନଜୀବନ ରକ୍ଷା, ଅଂଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ସହ ବିଶେଷ କରି ଟ୍ରାଫିକ ସମସ୍ୟା,କ୍ରାଇମକୁ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିଛନ୍ତି । ଯୋଗଦାନ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ସୋନପୁର ଏସଡିପିଓ ମିହିର ପଣ୍ଡା, ବୀରମହାରାଜ ପୁର ଏସଡିପିଓ ଧିରଜ ଚୋପଦାର, ସୋନପୁର ଥାନା ଆଇଆଇସି ପୁଷ୍ପେନ୍ଦୁ ସାଗର, ତରଭା ଆଇଆଇସି, ଡୁଙ୍ଗୁରିପାଲି ଆଇଆଇସି, ବୀରମହାରାଜପୁର ଆଇଆଇସି, ଉଲୁଣ୍ଡା ଆଇଆଇସି, ବିନିକା ଆଇଆଇସି ଏବଂ ଏସପି କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ଓ ହାବିଲଦାର ମାନେ ଉପସ୍ଥିତ ଥିଲେ।

related posts

Leave a Comment