Home Breaking News ମାଣିକେଶ୍ଵର ଗ୍ରାମ ପାଣ ସମାଜର ବୈଠକ ଅନୁଷ୍ଠିତ

ମାଣିକେଶ୍ଵର ଗ୍ରାମ ପାଣ ସମାଜର ବୈଠକ ଅନୁଷ୍ଠିତ

by Times One Odia
Share with
     
 
 
   

ରାଇକିଆ:(ରଜତ କୁମାର ନାୟକ):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଅନ୍ତର୍ଗତ ମାଣିକେଶ୍ଵର ଗ୍ରାମ ପାଣ ସମାଜର ନୁତନ ବର୍ଷର ଭୋଜି ସହ ଏକ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକ ରେ ଏକ ନୂତନ କମିଟି ଗଠନ କରାଯାଇଥିବା ବେଳେ ସଭାପତି ଭାବେ ଧର୍ମରାଜ ଦିଗାଳ, ଉପସଭାପତି ଭାସ୍କର ନାୟକ,ଆଲିପ ନାୟକ, ସମ୍ପାଦକ ପ୍ରଶାନ୍ତ ଦିଗାଳ,ସହ ସମ୍ପାଦକ ବୁନେଲ ଦିଗାଳ,ପ୍ରତିଷ ଦିଗାଳ,କୋଷାଧ୍ୟକ୍ଷ ଲତେଶ ଦିଗାଳ, ସରଜ କୁମାର ସାହାଣୀଙ୍କୁ ମନୋନୀତ କରାଯାଇଛି। ଗାଁରେ ଲୋକଙ୍କ ସହ ଭାଇଚାରା,ଭାତ୍ରୃଭାବ,ଏକତା ସହ ପରସ୍ପର ମିଳାମିଶାରେ ରହି ଗାଁର ବିଭିନ୍ନ ସମସ୍ୟା ଏବଂ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ କିପରି ହୋଇପିରିବ ସେ ଏନେଇ ବୈଠକରେ ଆଲୋଚନା କରାଯାଇଥିଲା।ଏବଂ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନାରେ ଲୋକେ କିପରି ଉପକୃତ ହେବେ ସେଥିପାଇଁ ସମସ୍ତେ ମିଶି କାର୍ଯ୍ୟ କରିବେ। ବିଶେଷ କରି ଗ୍ରାମର ଯୁବଗୋଷ୍ଠୀଙ୍କୁ ଏହି ଗାଁ କମିଟି ର ଦାୟିତ୍ଵ ଦିଆଯାଇଛି।ଉକ୍ତ ବୈଠକରେ ମାଣିକେଶ୍ଵର ଗ୍ରାମପଞ୍ଚାୟତର ଆଖପାଖ ଅଞ୍ଚଳର ରାଜାକ୍ଷେତ୍ର ଦିଗାଳ,ବଶିଷ୍ଟ ଦିଗାଳ, ମଧୁସୂଦନ ଦିଗାଳ,ସାନୁଜ ସାହାଣିଙ୍କ ସହ ବହୁ ସଂଖ୍ୟକ ଗ୍ରାମ ବାସୀଙ୍କ ସମାଗମ ହୋଇଥିଲା।

related posts

Leave a Comment