Home Breaking News କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ

କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ

by Times One Odia
Share with
     
 
 
   

କଟକ(ଗୁରୁଦତ୍ତ ମହାନ୍ତି): ପ୍ରତିବର୍ଷ ପରି ଚଳିତ ବର୍ଷ ସଡକ ସୁରକ୍ଷା ମାସ ଚାଲୁଥିବା ବେଳେ ସାମାଜିକ ସଙ୍ଗଠନ କମନ୍ ଆକ୍ସନ ଫର ରୋଡସେଫ୍ଟୀ ର ଚେୟରମେନ ତଥା ଆଇନଜୀବି ସୁଜିତ୍ ସେନାପତି ଙ୍କ ମିଳିତ ସହଯୋଗ ଓ କମିଶନରେଟ୍ ପୋଲିସ ମିଳିତ ସହଯୋଗରେ ସଡ଼କ ସୁରକ୍ଷା ଓ ସଚେତନତା ର ଏକ ନିଆରା କାର୍ଯ୍ୟକ୍ରମ କଟକ ଦୋଲମୁଣ୍ଡେଇ ଛକ ରେ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜୋନ୍ ସିକ୍ସି ଏସିପି ଶୁଭ ନାରାୟଣ ମୁଦୁଲି ଯୋଗ ଦେଇଥିବା ବେଳେ ପୁରୀଘାଟ ଥାନା ଅଧିକାରୀ ରଶ୍ମୀରଂଜନ ସାହୁ ବାଦାମବାଡି ଥାନା ଅଧିକାରୀ ରଶ୍ମୀରଂଜନ ମହାପାତ୍ର , ମଧୁପାଟଣା ଥାନା ଅଧିକାରୀ ତୁଷାର କାନ୍ତ ସେଠୀ ଓଡ଼ିଶା ମୋ ପରିବାରର ଜୀବନବିନ୍ଦୁ କଟକ ସିଟି ସଂଯୋଜକ ରଞ୍ଜନ ବିଶ୍ଵାଳ ଙ୍କ ସମେତ ବହୁ ସ୍ୱାସ୍ଥ୍ୟସେବା ମାନେ ଉପସ୍ଥିତ ରହି ରାସ୍ତାରେ ଯାଉଥିବା ପଥଚାରି ମାନଙ୍କୁ ଗାଡ଼ି ଚଲାଇବା ବେଳେ ହେଲିମଣ୍ଟ ପିନ୍ଧିବା ପାଇଁ ସଚେତନ କରିବା ସହ ହେଲମେଟ ନପିନ୍ଧିଥିବା ଲୋକଙ୍କୁ ହେଲମେଟ ପ୍ରଦାନ ଓ ପିନ୍ଧିଥିବା ଲୋକଙ୍କୁ ଗୋଲାପ ଫୁଲ
ଦେଈ ଧନ୍ୟବାଦ୍ ଜଣାଇଥିଲେ । ପରେ ପଥପାନ୍ତ ନାଟକ ମାଧ୍ୟମରେ ନିଶା ପାନ କରି ଗାଡ଼ି ଚଲାଇବା , ବିନା ହେଲମେଟ ରେ ତିନିଜଣିଆ ଯାତାୟାତ କରିବା ଗାଡ଼ି ଚଲାଇବା ବେଳେ ଫୋନ୍ କରିବା ଦ୍ଵାରା କି ପ୍ରକାର କ୍ଷତି ହେଉଛି ତାହା କୁ ଦର୍ଶାଇଛନ୍ତି , ଦୁର୍ଘଟଣା ସମୟରେ ପୋଲିସ କୁ ଭୟ ନକରି ଦୁର୍ଘଟଣା ଗ୍ରସ୍ତ ଲୋକ ମାନଙ୍କୁ ମେଡିକାଲ୍ ନେବାପାଇଁ ନିବେଦନ କରିଛନ୍ତି l

related posts

Leave a Comment