Home Breaking News ହାଉସ ସର୍ଜନଙ୍କ ଦାବୀ ମାନିଲେ ସରକାର, ବଢିଲା ଷ୍ଟାଇପେଣ୍ଡ

ହାଉସ ସର୍ଜନଙ୍କ ଦାବୀ ମାନିଲେ ସରକାର, ବଢିଲା ଷ୍ଟାଇପେଣ୍ଡ

by Times One Odia
Share with
     
 
 
   

ହାଉସ ସର୍ଜନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଧମକ ପରେ ଚେତିଲେ ସରକାର । ସରକାରୀ ମେଡିକାଲରେ କାର୍ଯ୍ୟରତ ହାଉସ ସର୍ଜନଙ୍କ ଦାବୀ ମାନିଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । 20 ହଜାର ରୁ 28 ହଜାର କୁ ବୃଦ୍ଧି ହେଲା ଷ୍ଟାଇପେଣ୍ଡ । .
ସରକାରୀ ମେଡିକାଲର ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି ହୋଇଛି । ରାଜ୍ୟ ସରକାର ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ମାସିକ 20 ହଜାରରୁ 28 ହଜାରକୁ ବୃଦ୍ଧି କରିଛନ୍ତି । ଚଳିତ ବର୍ଷ ଜାନୁୟାରୀ ରୁ ୩ ବର୍ଷ ପାଇଁ ଏହି ଷ୍ଟାଇପେଣ୍ଡ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି । 2021 ଜନୁୟାରୀ 1 ରୁ କାର୍ଯ୍ୟରତ ସମସ୍ତ ହାଉସ ସର୍ଜନଙ୍କ ପାଇଁ ଷ୍ଟାଇପେଣ୍ଡ ବୃଦ୍ଧି ନିୟମ ଲାଗୁ କରାଯାଇଛି । ବିଭାଗୀୟ ଉପସଚିବ ଏନେଇ ଡିଏମଇଟି କୁ ଚିଠି ଲେଖି ସୂଚନା ଦେଇଛନ୍ତି । ସଂଘ ପକ୍ଷରୁ ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବୃଦ୍ଧି ଦାବିରେ ଆନ୍ଦୋଳନର ଧମକ ଦିଆଯାଇଥିଲା । ତେବେ ଷ୍ଟାଇପେଣ୍ଡ ବୃଦ୍ଧି ବିଷ୍ପତ୍ତି ପରେ ସଂଘ ଆନ୍ଦୋଳନରୁ ଓହରିଯାଇଛି । ଏହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ଏସସିବିର 250 ଜଣ , ବୁର୍ଲା ଓ ବ୍ରହ୍ମପୁରର 550 ଜଣ ଏହି ଆନ୍ଦୋଳନରେ ଯୋଗ ଦେବେ ବୋଲି ସ୍ଥିର ହୋଇଥିଲା ।

related posts

Leave a Comment