Share with
ସାଲେପୁର(ଜ୍ୟୋସ୍ନା ରାଣୀ ସିଂହ): ନାବାଳିକା ବିବାହ। ଏଭଲି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଅଂଚଳରେ। ସାଲେପୁର ଅଂଚଳ ମାତନଗର ଗାଁର ନାବାଳିକା ଝିଅକୁ ବାପ ମା ସାଲେପୁର ଗୁଜରପୁର ପଞ୍ଚାୟତ ସୁରଜାପୁର ଗାଁ ର ସନ୍ତୋଷ ମହାରଣା ଙ୍କ କନିଷ୍ଠ ଭ୍ରାତା ସଞ୍ଜୟ ମହାରଣାକୁ ନୃସିଂହ ମନ୍ଦିରରେ ବିବାହ କରି ଘରକୁ ନେଇଥିଲେ। ଏହି ଘଟଣାର ଖବର ସାଲେପୁର ସିଡିପିଓ ପାଇବାପରେ ଘଟଣା ସ୍ଥଳରେ ଜଗତପୁର ପୋଲିସ ସହାୟତାରେ ପହଞ୍ଚି ନାବାଳିକା କୁ ଉଦ୍ଧାର କରି CWC କୁ ହସ୍ତାନ୍ତର କରିଥିଲେ।