Home Breaking News କନ୍ଧମାଳରେ ପୁଣି ମାଓ ହିଂସା: ଶୋଇ ଥିବା ବେଳେ ଘରୁ ଉଠାଇ ଆଣି ଦୁଇ ଜଣଙ୍କୁ ନିର୍ମମ ହତ୍ୟା.

କନ୍ଧମାଳରେ ପୁଣି ମାଓ ହିଂସା: ଶୋଇ ଥିବା ବେଳେ ଘରୁ ଉଠାଇ ଆଣି ଦୁଇ ଜଣଙ୍କୁ ନିର୍ମମ ହତ୍ୟା.

by Times One Odia
Share with
     
 
 
   

ଫୁଲବାଣୀ(ସୁନୀଲ ପଟ୍ଟନାୟକ )କନ୍ଧମାଳ ଜିଲ୍ଲାରେ ପୁଣି ଉପସ୍ଥିତି ଜାହିର କଲେ ମାଓବାଦୀ । ବହୁ ଦିନ ପରେ ବର୍ବରକାଣ୍ଡ ଘଟାଇଛନ୍ତି ମାଓବାଦୀ । କନ୍ଧ ମାଳ ଜ଼ିଲ୍ଲା ର ବେଲଘର ଥାନା ଅନ୍ତର୍ଗତ ଭଣ୍ଡାରଙ୍ଗୀ ପଂଚାୟତ ର ଦୁଇ ଜଣଙ୍କୁ ନିର୍ମମ ଭାବେ ମାଓବାଦୀ ହତ୍ୟା କରିଛନ୍ତି । ବେଲଘର ଥାନା ଅନ୍ତର୍ଗତ ଭଣ୍ଡରଙ୍ଗି ଓ ଗୋଚ୍ଛାଗୁଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣାଘଟିଛି l
ପୋଲିସ ଇନଫୋରମର ସନ୍ଦେହ ରେ ମାଓ ବା ଦି ମାନେ ହତ୍ୟା କରିଥିବା ସଂଦେହ କରାଯାଉଛି l
ମୃତକ ଦୁଇଜଣ ହେଲେ ଭ ଣ୍ଡ ରଙ୍ଗି ସରପଂଚ ଙ୍କ ପୁଅ ଭବାନୀ ଶଙ୍କର ପାତ୍ର ଓ ଗୁଚ୍ଛା ଗୁଡା ଗ୍ରାମର ହେମନ୍ତ ପାତ୍ର l
ସୂଚନା ଯୋଗ୍ୟ ଯେ. ଗତ କାଲି ବିଳମ୍ବିତ ରାତି ରେ କୋଡିଏ ତିରିଶ ଜଣ ସଶସ୍ତ୍ର ମାଓବାଦୀ ପ୍ରଥମେ ଭଣ୍ଡରଙ୍ଗି ପଂଚାୟତ ରେ ଶୋଇଥିବା ସରପଂଚ ଦ୍ରୌପଦୀ ପାତ୍ର ଙ୍କ ପୁଅ ଭ ବlନି ଶଙ୍କର ପାତ୍ର ଡାକି ତାଂକ ହାତ ଗୋଡ଼ ବାନ୍ଧି ନିର୍ମମ ଭାବେ ହତ୍ୟା କରିଥିଲେ l
ଏହାପରେ ଗୁଚ୍ଛା ପଡା ଗାଁ କୁ ଯାଇ ହେମନ୍ତ ଙ୍କୁ ଘର ଭିତର ଟାଣି ଆଣି ହତ୍ୟା କରିଥିବା ଜଣାପଡିଛି l ହତ୍ୟା କରିବା ପରେ ମାଓବାଦି ମାନେ ମୃତ ଦେହ ନିକଟରେ ପୋଷ୍ଟର ମଧ୍ୟ ଛାଡି ଯାଇଛନ୍ତି l ଏହି ଘଟଣା ପରେ ସମ୍ପୃକ୍ତ ଗ୍ରାମରେ ଭ ୟ ର ବାତାବରଣ ସୃଷ୍ଟି ହୋଇଛି l ବେଲଘର ପୋଲିସ ଏଯାଏ ଘଟଣା ସ୍ଥଳରେ ପହଞ୍ଚିନଥିବା ଜଣା ପଡିଛି l

ସୂଚନାଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲାରେ ପୁଣି ସକ୍ରିୟ ହୋଇଉଠିଛନ୍ତି ମାଓବାଦୀ । ବେଲଘର ଥାନା ଅନ୍ତର୍ଗତ ଭଣ୍ଡରଙ୍ଗି ଓ ଗୋଚ୍ଛାଗୁଡା ଗାଁର ଦୁଇ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ଦୁଇ ଗ୍ରାମବାସୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା କୁହାଯାଉଛି ।

related posts

Leave a Comment