ଚୌଦ୍ଵାର(ଅଶୋକ କୁମାର ଦାସ): କଟକ ଜିଲ୍ଲା ଚୌଦ୍ୱାର ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଗତକାଲି ମଧ୍ୟ ରାତ୍ରି ରେ ଚୋରା କାଠ କୋଇଲା ଭର୍ତି ଗାଡି ସହ ଜଣକୁ ଅଟକ ରଖିଛି ବନ ବିଭାଗ |ଘଟଣା ରୁ ପ୍ରକାଶ ଗତକାଲି ମଧ୍ୟ ରାତ୍ରି ରେ ଚୋରା କାଠ କୋଇଲା ବୋଝେଇ ଗାଡି ଭୁବନେଶ୍ୱର କୁ ଆସୁଥିବାର ବିଶ୍ଵସ୍ଥ ସୂତ୍ର ରୁ ଖବର ପାଇ ଚୌଦ୍ବାର ବନପାଳ ପୁରୁଷୋତ୍ତମ ସାହୁ,ଫୋରେଷ୍ଟ ଗାର୍ଡ ପୁର୍ଣ ଚନ୍ଦ୍ର ମହାନ୍ତି ଟିମ ସହ ଚୌଦ୍ୱାର ଥାନା ଅନ୍ତର୍ଗତ ନୂଆପାଟଣା ମଧୁସେତୁ ନିକଟରେ ଜଗି ରହିଥିଲେ |ରାତି ପ୍ରାୟ ୨ ଟା ସମୟରେ ଉକ୍ତ ପିକଅପ କୋଇଲା ଗାଡି ଆସୁଥିବା ର ଦେଖି ତାର ପିଛା କରି କୟଳପଡା ତାଳଗlଡିଆ ନିକଟରେ ଗାଡି ଟିକୁ ଅଟକାଇଥିଲେ |ଉକ୍ତ ଗାଡି (OD-05-AN-1464) ସହ ଗାଡି ରେ ଲଦା ହୋଇଥିବା ୩୦ ବସ୍ତା ରୁ ଉର୍ଧ୍ଵ ଚୋରା କାଠ କୋଇଲା କୁ ଜବତ କରିବା ସହ ଗାଡି ଚାଳକ( ବୈକୁଣ୍ଠ ଖଟୁଆ ) କୁ ଅଟକ ରଖାଯାଇଛି |ଉକ୍ତ ଚୋରା କୋଇଲା ର ଆନୁମାନିକ ମୂଲ୍ୟ ୩୦ ହଜାର ଟଙ୍କା ରୁ ଉର୍ଧ୍ଵ ହେବ ବୋଲି ବନପାଳ କହିଛନ୍ତି |ଏହି ଗାଡି ଆଠଗଡ ମହାଲକ୍ଷ୍ମୀପୁର ରୁ ଭୁବନେଶ୍ୱର ବାଣୀବିହାର କୁ ଯାଉଥିଲା । ତେବେ ପ୍ରତିଦିନ ଆଠଗଡ ବନାଞ୍ଚଳ ରୁ ବେଆଇନ ଭାବେ କାଠ ମାଫିଆ ଙ୍କ ଦ୍ୱାରା ସହ ସହ ଗଛ କଟାଯାଇ ତାକୁ ପୋଡି ଭୁବନେଶ୍ୱର କୁ ଚୋରା କାଠ କୋଇଲା ଚାଲାଣ କରାଯାଉଛି |ଯାହା ଦ୍ୱାରା ଜଙ୍ଗଲ ଏକ ପ୍ରକାର ଲୋପ ପାଇଗଲାଣି | ହାଥୀ ଠାରୁ ଆରମ୍ଭ କରି ବନ୍ୟ ଜନ୍ତୁ ମାନେ ଜନ ବସତି ମୁହାଁ ହେଉଛନ୍ତି |ଏ ନେଇ ସାଧାରଣ ରେ ବାରମ୍ବାର ଅଭିଯୋଗ
ପରେ ମଧ୍ୟ ବନ ବିଭାଗ ଚୁପ ହେଇ ବସିଛି | ଦେଖିବାକୁ ବାକି ରହିଲା କାଠ ମାଫିଆ ଓ ବନ ବିଭାଗ ଅଧିକାରୀ ଙ୍କ ମଧୁଚନ୍ଦ୍ରିକା କେବେ ବନ୍ଦ ହେଉଛି |
ଚୌଦ୍ୱାର ବନ ବିଭାଗ ଦ୍ୱାରା ପୁଣି ଚୋରା କାଠ କୋଇଲା ଜବତ
Share with