Share with
ରାଇକିଆ(ରଜତ କୁମାର ନାୟକ): କନ୍ଧମାଳ ଜିଲ୍ଲା ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଶୁକ୍ରବାର କାୟା କଳ୍ପ ଟିମ୍ ପକ୍ଷରୁ ପରିଦର୍ଶନ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି।ଏଥିରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡ଼ାକ୍ତର ଜୀବନ ବଲ୍ଲଭ ଷଡ଼ଙ୍ଗୀଙ୍କ ନେତୃତ୍ବରେ ଡ଼ ଦୀପକ କୁମାର ବିଶ୍ବାଳ,ଡ଼ ସନ୍ତୋଷ କୁମାର ନାୟକ, ଡ଼ ଶୁଭକାନ୍ତ ବେହେରା ଏବଂ ଡ଼ ଦୁଷ୍ମନ୍ତ ସୁତାର ପ୍ରମୁଖ ଥିଲେ।ଏହି ଟିମ୍ ସ୍ବାସ୍ଥ୍ୟ କେନ୍ଦ୍ର ର ଆଉଟଡୋର, ଅଫିସ୍ କାର୍ଯ୍ୟଳୟ,ଲେବର ରୁମ୍,ଷ୍ଟୋର ରୁମ୍,ଲାବ୍ ରୁମ୍, ପାନୀୟ ଜଳ,ଗାର୍ଡେନ, ବାଜ୍ୟବସ୍ତୁ ପରିଚାଳନା ସହ ସ୍ବାସ୍ଥ୍ୟ କେନ୍ଦ୍ରର ସ୍ବଛତା ଦେଖି ଖୁସି ପ୍ରକାଶ କରିଥିଲେ।
ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଅମିୟ ଦତ ଗିରି, ଡାକ୍ତର ଦେବାଶିଷ ଜେନା ଡାକ୍ତର ରୋହିତ ସାହୁ ଡାକ୍ତର ଚିନ୍ମୟୀ ବେହେରା, ନର୍ସ ଅନିତା ଦିଗାଳଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ରହି ଏହି କାୟାକଳ୍ପ ଟିମ୍ ର ସଦସ୍ୟଙ୍କୁ ସ୍ବାଗତ କରିଥିଲେ।