Home Breaking News ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା ପାଇଁ କନ୍ଧମାଳ ଜିଲ୍ଲା ଉଠା ଜଳସେଚନ ବିଭାଗ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ

ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା ପାଇଁ କନ୍ଧମାଳ ଜିଲ୍ଲା ଉଠା ଜଳସେଚନ ବିଭାଗ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ

by Times One Odia
Share with
     
 
 
   

ଫୁଲ ବାଣୀ(ସୁନୀଲ-ପଟନାୟକ) କନ୍ଧମାଳ ଜିଲ୍ଲାରେ ଚା ଷୀଙ୍କ ଜମିକୁ ଜଳସେଚନ ବ୍ୟବସ୍ଥା ଯୋଗାଇଦେବା ପାଇଁ ବିଜୁ କୃଷକ ବିକାଶ ଯୋଜନାରେ ଉଠାଜଳସେଚନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯା ଉଛି। ଫଳରେ ଗରୀବ ଆଦିବାସୀ ହରିଜନ ଓ ନାମମାତ୍ର ଚାଷୀ ଲାଭବାନ ହୋଇପାରିବେ । ରବି ଓ ଖରୀଫ ଋତୁରେବର୍ଷକୁ ଦୁଇଥର ଧାନ ଓ ବିଭିନ୍ନ ପନି ପରୀ ବା ଚାଷ କରି ପାରିବେ ।
ଚଳିତବର୍ଷ ଜିଲ୍ଲାରେ ପ୍ରଥମ ପ୍ରର୍ଯ୍ୟାୟରେ ୧୨ଟି ବ୍ଲକରେ ଚାଷୀ ଙ୍କ ଜମିରେ ୪ଶହଟିଡିପ ବୋରୱ୍ୱେଲ ଖୋଳାଯିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିରେ ୮ଶହ ହେକ୍ଟର ଚାଷ ଜମି ଜଳସେଚିତ ହୋଇପାରିବ ବୋଲି ଉଠାଜଳସେଚନ ନିବାହିଯନ୍ତ୍ରି ଇଂ ରୁଦ୍ର ପ୍ରସାଦ ମିଶ୍ର କହିଛନ୍ତି।କନ୍ଧମାଳ ଜିଲ୍ଲୀ ପାଳ ଡା. ବୃନ୍ଦା ଡି.ଙ୍କ ନିଷ୍ଠାପର ଉଦ୍ୟମ ଓ ଆନ୍ତରୀକତାଯୋଗୁଁ ଏହା ବର୍ତ୍ତମାନ ସମ୍ଭବ ହୋଇଥିବା ଉଠାଜଳସେଚନ ନିର୍ବାହୀ ଯନ୍ତ୍ରୀ ଇଂ ମିଶ୍ର କହିଛନ୍ତି । ଗତ ୨୦/o୪/୨୦୧୫ ବର୍ଷ ଠାରୁ ଦୀର୍ଘ ୫ ବର୍ଷ ହେଲା ଏହି କାର୍ଯ୍ୟକ୍ରମ ଜିଲ୍ଲାରେ ସଂଗୁର୍ଣ୍ଣ ବନ୍ଦ ଥିଲା।
୫ ବର୍ଷ ପରେ ପୁଣି ଜିଲ୍ଲାରେ ଏହି ଯୋଜନାଆରମ୍ଭ ହେଉଥିବାରୁ ଚାଷୀମାନେ ବେଶ ଖୁସି ଅନୁଭବ କରୁଛନ୍ତି । ବହୁତ କମମୂଲ୍ୟରେ କହିବାକୁ ଗଲେ ମାଗଣାରେ ୩ ଲକ୍ଷ ୮୦ ହଜାର ଟଙ୍କା ମୁଲ୍ୟର ଡିପ ବୋରୱ୍ୱେଲ ପ୍ରକ ଳ୍ପ ସରକାର ଙ୍କ ଉ ଠା ଜଳସେଚନ ବିଭାଗ ପକ୍ଷରୁଯୋଗାଇ ଦିଆଯାଉଛି। ଗୋଟିଏ କ୍ଳଷ୍ଟରରେ୪ଜଣ ଚାଷୀ ରହିବେ ଓ ଜଣଙ୍କର ଏକ ଏକ ରରୁ ଉର୍ଦ୍ଧ୍ଵ ଚାଷଜମି ଥିବା ଦରକାର।
ସେହିପରି ଦୁଇଟି ପ୍ରକଳ୍ପ ମଧ୍ୟରେ ୨ ଶହ ମିଟର ଦୂରତା ରହିବା ଦରକାର ବୋଲି ନିର୍ବାହୀ ଯନ୍ତ୍ରୀ ଇଂ ମିଶ୍ର କହିଛନ୍ତି ।
ବର୍ତ୍ତମାନ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଇଂ ମିଶ୍ର ଓ ବାଲିଗୁଡ଼ା ସ୍ଥିତ ସହକାରୀ ଯନ୍ତ୍ରୀ ଙ୍କ ବ୍ୟକ୍ତିଗତ ନିଷ୍ଠାପର ଉଦ୍ୟମ ଓ ଆନ୍ତରୀକତା ଯୋଗୁଁ ମାଓ ଇଲାକା ଭାବେ ପରିଚିତ କୋଟଗଡ଼ ବ୍ଳକର କେନ୍ଦ୍ର ସରକାରଙ୍କ ରୁ ରୁ ବାନ ଯୋଜନାରେ ୨ଟି ଓ ଆରଆଇଡିଏଫ ଯୋଜନାରେ ସେହି ଅଞ୍ଚଳରେ ୪ ଗୋଟି ପ୍ରକଳ୍ପ ଚାଲିଛି ।
ସେହିପରି ଚଳିତ ବର୍ଷ ସରକାର ଆଗହୀଚାଷୀମାନଙ୍କୁ ଅନ ଲାଇନରେ WWW.odishaliftco.in ରେ ନିର୍ଦ୍ଧାରୀତ ଦରଖାସ୍ତରେ ୨୦/୧୧/୨୦ ରୁ ୩୧ /୦୧/୨୦୨୧ ଯାଏ ଆବେଦନ କରିବାପାଇଁ ଘୋଷଣା କରିଥିଲେ ହେଲେ ବହୁ ପୂର୍ବରୁ ଏହାକୁ ବନ୍ଦକରି ଦେବା ଫଳରେ ଅନେକ ଆଗ୍ରହୀ ଚାଷୀ ଆବେଦନ କରିବାରୁ ବଞ୍ଚିତ ହୋଇଥିଲେ । ହେଲେ ଆଗକୁ ସରକାର ପୁଣି ଥରେ ଆବେଦନ ପାଇଁ ସୁଯୋଗ ଦେବା ଲାଗି ଚିନ୍ତା କରୁଥିବା ବିଭାଗ ସୁତ୍ରରୁ ଜଣାପଡିଛି ।

related posts

Leave a Comment