ଫୁଲବାଣୀ(ସୁନୀଲ ପଟ୍ଟନାୟକ): ରାଜ୍ୟ ସରକାରଙ୍କ ଉଠାଜଳସେଚନ ନିଗମ ପକ୍ଷରୁ ଆଦିବାସୀ ଅନୁନ୍ନତ କନ୍ଧମାଳ ଜିଲ୍ଲାର ସମସ୍ତ ୧୨ଟି ବ୍ଲକ ର ବିପିଏଲ.ଏସଟି ଓ ଏସସି ଅନ୍ତର୍ଭୁକ୍ତ ଚାଷୀ ମାନଙ୍କ ପାଇଁ ବ୍ୟାପକ ସୁବିଧାସୁଯୋଗ ପ୍ରଦାନ କରାଯାଉଛି। ଏହାର ସୁଯୋଗ ହାତ ଛଡା ନକରିବା ଲାଗି କନ୍ଧମାଳ ଉଠାଜଳସେଚନ ନିଗମ ନିବାହି ଯନ୍ତ୍ରୀ ଇଂରୁଦ୍ର ପ୍ରସାଦ ମିଶ୍ର ପରାମର୍ଶ ଦେଇଛନ୍ତି।
ସରକାରଙ୍କ ବିଜୁ କୃଷକ ବିକାଶ ଯୋଜନାରେ ଡିପ ବୋରୱେଲସେଚ କାର୍ଯ୍ୟକ୍ରମ ମାଧ୍ୟମରେ ବୋରୱ୍ୱେଲ ପ୍ରକଳ୍ପ ବ୍ୟକ୍ତିଗତ ମାଲିକାନା ଭିତ୍ତିରେ ସ୍ଥାପନ କରିବାଲାଗି ସୁଯୋଗ ରହିଛି। ଗୋଟିଏ କ୍ଳଷ୍ଟରରେ ୪ଜଣ ଚାଷୀ ରହିବେ ଓ ଜଣଙ୍କର ଏକ ଏକ ର ରୁ ଉର୍ଦ୍ଧ୍ ଚାଷଜମି ଥିବା ଦରକାର। ସେ ହିପରି ଦୁଇଟି ପ୍ରକଳ୍ପମଧ୍ଯରେ ଅତି କମରେ ୨ଶହ ମିଟର ଦୁରତା ରହିବା ଦରକାର ବୋଲି ନିବାହି ଯନ୍ତ୍ରୀ ଇଂ ମିଶ୍ର କହିଛନ୍ତି।
ଏଥିପାଇଁ ଇଛ୍ମକ ଥିବା ଚାଷୀ ଅନଲାଇନରେ WWW.Odisha Iiftco.in ରେ ନିର୍ଦ୍ଧାରୀତ ଦରଖାସ୍ତ ଫର୍ମରେ ୨୦/୧୧/୨୦୨୦ ରୁ ଆସନ୍ତା ୩୧/୦୧/୨୦୨୧ ମଧ୍ୟ ରେ ଆବେଦନ କରିପାରିବେ। ନଚେତ ନିକଟସ୍ଥ ଜନସେବା କେନ୍ଦ୍ରରେ ମଧ୍ୟ ଏହି ସେବା ମିଳୁଛି ବୋଲି ନିର୍ବାହୀ ଯନ୍ତ୍ରୀ ଇଂ ମିଶ୍ର କହିଥିଲେ ।
ଏଥିସହିତ ସାଧାରଣ ବର୍ଗ ହିତାଧିକାରୀଙ୍କ ଅଂଶଧନ (beneficiary share ) ବାବଦକୁ ଏକକାଳୀନ ୨୦ ହଜାର ଟଙ୍କା ଓ ବିପିଏଲ, ଏସଟି ଓ ଏସ.ସି ଚାଷୀଙ୍କ ପାଇଁ ୧୦ ହଜାର ଟଙ୍କା ଡିପୋଜିଟ କରିବେ ।
ଏହି ଅର୍ଥ ନିଜ ଅଞ୍ଚଳରେ ଥିବା ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା କାର୍ଯ୍ୟାଳୟରେ ୩୧ ଜାନୁୟାରୀ ସୁଧା ପଇଠ କରିବାକୁ ପଡିବ ବୋଲି କନ୍ଧମାଳ ଜିଲ୍ଲା ଉଠାଜଳସେଚନ ନିର୍ବାହି ଯନ୍ତ୍ରୀ ଇଂରୁଦ୍ର ପ୍ରସାଦ ମିଶ୍ର କହିଛନ୍ତି।
ଏହି ଯୋଜନାରେ ଅନେକ ରିହାତି ସୁବିଧା ଥିବା ନିର୍ବାହୀ ଯନ୍ତ୍ରୀ ଇଂ ମିଶ୍ର ଆହୁରି କହିଛନ୍ତି।
ସେହିପରି ବର୍ତ୍ତମାନ ଚାଷୀ ଙ୍କ ଜମିକୁ ଜଳସେଚନ ବ୍ୟବସ୍ଥା ଯୋଗାଇଦେବା ଲାଗି ବିଭାଗ ପକ୍ଷରୁ ବହୁ ପ୍ରକଳ୍ପ ନିର୍ମାଣ କରାଯାଇଛି ଓ ବର୍ତ୍ତମାନ କରାଯାଉଥିବା ମଧ୍ୟ ଇଂ ମିଶ୍ର କହିଛନ୍ତି। ଉଠଜଳସେଚନ ନିଗମ କନ୍ଧମାଳ ଜିଲ୍ଲାର
ନିର୍ବାହୀ ଯନ୍ତ୍ରୀ ଇଂରୂଦ୍ର ପ୍ରସାଦ ମିଶ୍ରଙ୍କ ବ୍ୟକ୍ତିଗତ ନିଷ୍ଠାପର ଉଦ୍ୟମ, ଆନ୍ତରୀକତା, କାର୍ଯ୍ୟଦକ୍ଷତା, ସାଙ୍ଗକୁ ଉନ୍ନତ ଜ୍ଞାନକୌଶଳ ଯୋଗୁଁ କନ୍ଧମାଳ ଜିଲ୍ଲାର ଦୁର୍ଗମ ତଥା ମାଓ ଇଲାକା ଭାବେ ପରିଚିତ କୋଟଗଡ ବ୍ଳକର ବଣ୍ଡା ପିପିଲି ,ଧରାକୋଟ ରେ କେନ୍ଦ୍ର ସରକାରଙ୍କ ରୂର ବାନ ଯୋଜନାରେ ୨ଟି ଓ ଆରଆଇଡି ଏଫ .ଯୋଜନାରେ କୋଟଗଡ, ପାଣ୍ଡାରି ପି. ଜାମୁ6 ଝାର, ଓ ବଣ୍ଡା ପିପିଲି ଅଞ୍ଚଳରେ ବର୍ତମାନ ନୁତନ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ନିବାହି ଯନ୍ତ୍ରୀ ଇଂ ମିଶ୍ର କହିଛନ୍ତି। ଏହି ପ୍ରକଳ୍ପ ଦ୍ଵାରା ଅଞ୍ଚଳର ଶତାଧିକ ଗରୀବ ନାମ ମାତ୍ର ଚାଷୀ ଲାଭବାନ ହୋଇପାରିବେ। ଏହିସବୁ ପ୍ରକଳ୍ପ ଖରିଫ ଓ ରବି ଋତୁରେ ଚାଷଜମିକୁ ପ୍ରର୍ଯ୍ୟାପ୍ତ ଜଳସେଚନ ସୁବିଧା ଯୋଗାଇବ। ଫଳରେ ଚାଷୀମାନେ ବର୍ଷରେ ଦୁଇଥର ଧାନ ଓ ପନିପରିବା ଆଦିଚାଷ କରିପାରିବେ। ଏହା ଦ୍ଵାରା ଚାଷୀମାନଙ୍କ ସାମ।ଜିକ ଓ ଅର୍ଥନୈତିକ ଉନ୍ନତି ସମ୍ଭବ ହେବ ବୋଲି ନିର୍ବାହୀ ଯନ୍ତ୍ରୀ ଇଂ ମିଶ୍ର କହିଛନ୍ତି।
କନ୍ଧମାଳ ଜିଲ୍ଲା ଉଠାଜଳ ସେଚନ ବିଭାଗ ପକ୍ଷରୁ ବିପିଏଲ ଓ ଆଦିବାସୀ ହରିଜନ ଚାଷୀଙ୍କ ପାଇଁ ବ୍ୟାପକ ସୁବିଧା ସୁଯୋଗ
Share with