Home Breaking News ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣା: ସିସିଟିଭିରୁ ସତ ଖୋଜୁଛି ଏନ୍ଆଇଏ

ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣା: ସିସିଟିଭିରୁ ସତ ଖୋଜୁଛି ଏନ୍ଆଇଏ

by Times One Odia
Share with
     
 
 
   

ଦିଲ୍ଲୀରେ ଥିବା ଇସ୍ରାଏଲ ଦୂତାବାସ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ବିସ୍ଫୋରଣ ଘଟଣା ପଛରେ କାହାର ହାତ ? ଏନେଇ ତଦନ୍ତ ଜାରି ରଖିଛି ଏନଆଇଏ । ଖୁସିର ବିଷୟ ହେଲା ଯେ, ଏହି ବିସ୍ଫୋରଣରେ କୌଣସି ଜୀବନ କ୍ଷୟକ୍ଷତି ହୋଇନାହିଁ । କିନ୍ତୁ ଘଟଣାସ୍ଥଳ ନିକଟରେ ଥିବା କଛି ଗାଡ଼ିର କାଚ କ୍ଷତିଗ୍ରସ୍ତ ହୋଇଛି । ଏବେ ସାରା ଅଂଚଳର ସିସିଟିଭି ଭିଜିଆଲ ସଂଗରହ କରିଛି ଏନ ଆଇଏ । ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ନେଇ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ତଦନ୍ତ ସମୟରେ ପୋଲିସକୁ ଏକ ଲଫାଫା ମିଳିଛି । ଏଥିରେ ଇସ୍ରାଏଲ ଦୂତାବାସକୁ ନେଇ କିଛି ଉଲ୍ଲେଖ ରହିଛି । ସେହିପରି ତଦନ୍ତ ସମୟରେ ସିସିଟିଭି ଫୁଟେଜରୁ ପୋଲିସକୁ କିଛି ତଥ୍ୟ ମିଳିଛି । ଆକ୍ରମଣକାରୀମାନେ ବିସ୍ଫୋରଣ କରି ବଡ଼ ବାର୍ତ୍ତା ଦେବାକୁ ଚାହୁଁଥିଲେ । ଭାରତ ଓ ଇସ୍ରାଏଲର କୁଟନୈତିକ ସଂପର୍କ ୨୯ ବର୍ଷ ପୂରଣ ହୋଇଛି । ୨୯ ତାରିଖରେ ବିଟିଙ୍ଗ ରିଟ୍ରିଟ ଥିଲା । ଏବଂ ସମୟ ୫ଟା ୫ମିନିଟକୁ ଚୟନ କରାଯାଇଥିଲା ।

related posts

Leave a Comment