Home Breaking News କଟୁମଣ୍ଡା କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସରଧାପୁର ବିଜୟୀ

କଟୁମଣ୍ଡା କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସରଧାପୁର ବିଜୟୀ

by Times One Odia
Share with
     
 
 
   

କଙ୍କଡାହାଡ଼:କଙ୍କଡାହାଡ଼ ବ୍ଲକ ଘାଗରାମୁଣ୍ଡା ପଞ୍ଚାୟତ କଟୁମୁଣ୍ଡା ଗ୍ରାମ ଖେଳ ପଡିଆ ଠାରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହେଇଅଛି ।ଫାଇନାଲ ମ୍ୟାଚ ଗୁରୁଜାଙ୍ଗୁଲି କ୍ରିକେଟ କ୍ଲବ ଓ ସରଧାପୁର କ୍ରିକେଟ କ୍ଲବମଧ୍ୟରେ ଅନୁଷ୍ଠିତ ହେଇଥିଲା । ଗୁରୁଜାଙ୍ଗୁଲି କ୍ରିକେଟ କ୍ଲବ ପ୍ରଥମେ ବ୍ୟାଟିଙ୍ଗ କରି ୧୫ ଓଭର ରେ ୯୨ ରନ କରିଥିଲା ବେଳେ ସରଧାପୁର କ୍ରିକେଟ କ୍ଲବ ୧୩.୫ ଓଭରରେ ୯୩ ରନ କରି ବିଜୟୀ ହେଇଥିଲା।ମ୍ୟାନ ଅଫ ଦି ମ୍ୟାଚ ଆଶିଷ ସାହୁ, ମ୍ୟାନ ଅଫ ଦି ସିରିଜ ସିଲୁ ବେହେରା ହେଇଥିଲେ।ଖେଳ ପରିଚାଳନା କରିଥିଲେ ମାନସ ରଞ୍ଜନ ନାଏକ,ରମାକାନ୍ତ ନାଏକ ।ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ କଟୁମୁଣ୍ଡା ଉପ୍ରା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗୁଣ୍ଡିଚା ସ୍ୱାଇଁ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିବା ବେଳେ ସମ୍ମାନିତ ଅତିଥି କଙ୍କଡାହାଡ଼.ବ୍ଲକ ପ୍ରେସ କ୍ଲବ ସଭାପତି ରାଜେଶ କୁମାର ଦେହୁରୀ ରନର୍ସ ଦଳକୁ ଟ୍ରଫି ଦେଇଥିଲେ , ଉପସ୍ଥିତ ଥିଲେ ଅନ୍ୟତମ ଅତିଥି ପ୍ରେସ କ୍ଲବ ସମ୍ପାଦକ ଟୁକୁନୁ ବିଶ୍ୱାଳ,କୋଷାଧ୍ୟକ୍ଷ ନବକିଶୋର ସାହୁ,ସାମ୍ବାଦିକ ଟଙ୍କଧର ନାଏକ,ବିରବର ସାହୁ,ରଞ୍ଜିତ ନାଏକ,ବିରଞ୍ଚି ସାହୁ,ବିଜେଡି ପଞ୍ଚାୟତ ସଭାପତି ବାଙ୍କନିଧି ବେହେରା,ଅମାନନ୍ତ ସାହୁ, ଗାଁ ସଭାପତି ସୁରେଶ ବେହେରା, କଳାକାର ସିଂହ, ନିରଞ୍ଜନ ନାଏକଯୋଗ ଦେଇଥିଲେ ।କଟୁମୁଣ୍ଡା କ୍ରିକେଟ କ୍ଲବର ସଦସ୍ୟ ବାସୁଦେବ ନାଏକ,ପିଣ୍ଟୁ ନାଏକ,ହରଷ ନାଏକ, ଲୁଲୁ ନାଏକ,ଗୋପବନ୍ଧୁ ନାଏକ ସହିତ କ୍ଲବ ର ଅନ୍ୟାନ୍ୟ ସଦସ୍ୟ ସହଯୋଗ କରିଥିଲେ ।ଧାରା ବିବରଣୀ ପ୍ରଦାନ କରିଥିଲେ ଉମାକାନ୍ତ ପ୍ରଧାନ।

related posts

Leave a Comment