Home Breaking News ଜୟ ଜବାନ ଜୟ କିସାନ ପିସ୍ ଫାଉଣ୍ଡେସନ ତରଫରୁ ତ୍ରିରଙ୍ଗା ଯାତ୍ରା

ଜୟ ଜବାନ ଜୟ କିସାନ ପିସ୍ ଫାଉଣ୍ଡେସନ ତରଫରୁ ତ୍ରିରଙ୍ଗା ଯାତ୍ରା

by Times One Odia
Share with
     
 
 
   

ବ୍ରହ୍ମଗିରି(ଚିତ୍ତ ରଞ୍ଜନ ମହାନ୍ତି): ବ୍ରହ୍ମଗିରି ବ୍ଲକରେ ଜୟ ଜବାନ ଜୟ କିସାନ ପିସ୍ ଫାଉଣ୍ଡେସନ ତରଫରୁ ଆୟୋଜିତ ହେଇଛିା ତ୍ରିରଙ୍ଗା ଯାତ୍ରା। ବ୍ରହ୍ମଗିରି ଅଞ୍ଚଳର ଜଣେ ଭାରତିୟ ଜବାନ ଶ୍ୟାମଳେନ୍ଦୁ ପ୍ରଧାନ ସେଛାକୃତ ଭାବେ ଭାରତିୟ ସ୍ଥଳ ସେନାରୁ ଅବସର ନେବାପରେ ଆଜି ବ୍ରହ୍ମଗିରି ବାସୀ ତାଙ୍କୁ ସ୍ବାଗତ ଜଣାଇ ଢାବାଛକ ଠାରୁ ହଲଛକ ପର୍ଯ୍ୟନ୍ତ ଏକ ତ୍ରିରଙ୍ଗା ସୋଭାଜାତ୍ରା କରିଥିଲେ। ପରେପରେ ହଲଛକ ଠାରେ ଏକ ସଭାର ଆୟୋଜିତ କରାଜାଇ ସ୍ଥାନିୟ ଅଞ୍ଚଳର ବୁଧିଜିବି, ସମାଜସେବି, ଛାତ୍ରଛାତ୍ରି ମାନଙ୍କୁ ସମ୍ବର୍ଧନା ପତ୍ର ଦିଆଜାଇଥିଲା, ଏହି ସଭାରେ ଫକିରମୋହନ ବିଶ୍ବବିଦ୍ୟାଳୟର କୁଳପତି ଡ. କୁମାରବର ଦାସ, ଓ ମୁଖ୍ୟବକ୍ତା ଭାବରେ ସର୍ବାଣୀ ଦାସ ଏବଂ ବ୍ରହ୍ମଗିରି ଅଞ୍ଚଳର ସମାଜସେବି ସୂରେନ୍ଦ୍ରନାଥ ଜେନା ପ୍ରଭୃତି ଯୋଗ ଦେଇଥିଲେ ।ଅତିଥିମାନେ ନିଜ ନିଜର ଅଭିଭାସଣ ରଖିବା ସହିତ ସ୍ୟାମଳେନ୍ଦୁ ପ୍ରଧାନଙ୍କୁ ନିଜ ଜନ୍ମମାଟି ବ୍ରହ୍ମଗିରିକୁ ସ୍ବାଗତ କରିଥିଲେ।

related posts

Leave a Comment